ବିଜେପି ଉପରେ ବର୍ଷିଲେ ଭିକେ ପାଣ୍ଡିଆନ୍, କହିଲେ ଓଡ଼ିଶାର ବରପୁତ୍ରଙ୍କୁ ମିଳିଲାନି ସମ୍ମାନ

Published By : Prameya-News7 Bureau | May 08, 2024 IST

ଭୁବନେଶ୍ୱର ୦୮/୦୫: ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଟାର୍ଗେଟରେ ବିଜେପି । ନିର୍ବାଚନ ପୂର୍ବରୁ ବିଜେପି ଉପରେ ବର୍ଷିଛନ୍ତି ପାଣ୍ଡିଆନ । ସିଧାସଳଖ ବିଜେପି ନେତାଙ୍କୁ ଟାର୍ଗେଟ କରି କହିଛନ୍ତି ଅନେକ କଥା । ସେ କହିଛନ୍ତି ଇସ୍ତାହାରକୁ ନବୀନ ବିଶ୍ୱାସ କରନ୍ତିନି । ବିକାଶକୁ ବିଶ୍ୱାସ କରନ୍ତି । 

ଅନ୍ୟ ଦଳମାନେ ନିର୍ବାଚନ ଜିତିବା ପାଇଁ ଇସ୍ତାହାର କରନ୍ତି । ଗତ ନିର୍ବାଚନ ସମୟରେ ଗୋଟିଏ ଫେଜ ସାରିବାକୁ ଥିବା ସମୟରେ ସରକାର ଗଠନ ନେଇ ଦୃଢୋକ୍ତି କରିଥିଲେ । ଏବେ ଵି ରାଜ୍ୟର ବିକାଶ ପାଇଁ ନବୀନ ପୁଣି ଥରେ ସରକାର ଗଠନ କରିବେ । ତିନି ଚତୁର୍ଥାଂଶ ଆସନ ଲାଭ କରି ଵିଜେଡ଼ି ସରକାର ଗଠନ କରିବ ବୋଲି କହିଲେ ଭି କେ ପାଣ୍ଡିଆନ । 

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ଗରୀବ ଜନ ସାଧାରଣ ବେଶ ଉପକୃତ ହେଉଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ରାଜ୍ୟରେ ୯୫ ଲକ୍ଷ ଲୋକଙ୍କୁ ସେବା ଯୋଗାଇଛି. ସରକାରୀ, ବେସରକାରୀ ମେଡିକାଲରେ ଵିଏସକେଓ୍ୱାଇ ଉପଲବ୍ଧ ହେଉଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରିବା ପାଇଁ ଵି ଜେ ପି ସରକାର ଚେଷ୍ଟା କରୁଛନ୍ତି । 

ଵିଜେଡ଼ି ବିଧାନସଭାରେ ଅଧିକ ଆସନ ଜିତିବ। ଲୋକସଭା ଆସନରେ ଗତ ଠାରୁ ଅଧିକ ଆସନ ଜିତିବ । ବିକାଶ, ଦୁର୍ନୀତି ଉପରେ ଵି ଜେ ପି କିଛି କହି ପାରିବ ନାହିଁ । ଓଡ଼ିଆରେ ଭାଷା ଭିତ୍ତିକ ସ୍କଲାରସିପି ଦେଉଛନ୍ତି ରାଜ୍ୟ ସରକାର । ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ସଂସ୍କୃତି, ତାମିଲ ଭାଷା ପାଇଁ କେନ୍ଦ୍ର ସରକାର ବହୁତ କରିଛନ୍ତି । 

କିନ୍ତୁ ଓଡ଼ିଆ ଭାଷା ପାଇଁ କଣ କରିଛନ୍ତି...? ଓଡ଼ିଆ ପୁଅ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଅଛନ୍ତି । ଓଡ଼ିଆ ଭାଷାର ବିକାଶ ପାଇଁ କଣ କରିଛନ୍ତି? ଗ୍ୟାସ, ତେଲ, ଡାଲି ଦରଦାମ କମ ପାଇଁ କଣ କରିଛନ୍ତି? ଦୁଇ କୋଟି ନିଯୁକ୍ତି ଦେବୀ ବୋଲି କହିଥିଲେ, କୁଆଡେ ଗଲା ପ୍ରତିଶ୍ରୁତି। 

ନିର୍ବାଚନ ସମୟରେ ଓଡ଼ିଆ ଅସ୍ମିତା କଥା ମନେ ପଡେ । ୧୦ବର୍ଷ ହେଲା ଓଡ଼ିଆ କଥା ମନ ପଡୁନଥିଲା କି ? ଓଡିଶୀ ନୃତ୍ୟ କଳା ପାଇଁ କଣ କରିଛନ୍ତି ?  ଓଡିଶାର ବରପୁତ୍ର ମନଙ୍କ କିଭଳି ସମ୍ମାନ ଦେଇଛନ୍ତି ? ବିଜୁ ବାବୁଙ୍କୁ ଏବେ ମଧ୍ୟ ଠିକ ଭାବେ ସାମ୍ମନ ଜଣାଇ ପରି ନାହାନ୍ତି । ଓଡ଼ିଆଙ୍କ ଆତ୍ମ ବିଶ୍ୱାସ ବଢେଇବା ପାଇଁ ବିଜୁ ବାବୁ ସବୁବେଳେ ପ୍ରେରଣା ଯୋଗାଉଥିଲେ । 

ବିଜୁ ବାବୁ ସବୁବେଳେ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିବେ । ବିଜୁ ବାବୁଙ୍କୁ ଏ ପର୍ଯ୍ୟନ୍ତ ଭାରତ ରତ୍ନ ମିଳିଲା ନାହିଁ । ଓଡ଼ିଆ ପାଇକ ମାଟିରେ ପ୍ରଥମ ଭାରତ ସ୍ୱାଧୀନ ସଂଗ୍ରାମ ହୋଇଥିଲା. କିନ୍ତୁ ଏହା ଇତିହାସରେ ରଖା ଯାଇନାହିଁ । ଗରୀବ ରାଜ୍ୟ ଓଡ଼ିଶାରେ ବଳକା ଅର୍ଥ ରାଜ୍ୟ ଭାବେ ଏବେ ଉଭା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.