Live Live
LIVE

ବେଆଇନ ଇଟାଭାଟିକୁ ନେଇ ବିବାଦରେ ତିର୍ତ୍ତୋଲ ତହସିଲଦାର ଓ ରାଜସ୍ଵ ନିରୀକ୍ଷକ

NEWS7
trump-baba-and-hitler-baba-became-centre-of-attraction-in-magh-mela

ଜଗତସିଂହପୁର ୮।୩: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲଦାରଙ୍କ କାର୍ଯ୍ୟକଳାପକୁ ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖି ସୁପାରିସ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ତିର୍ତ୍ତୋଲ ଅଞ୍ଚଳରେ ବେଆଇନ ଇଟାଭାଟି ଉଚ୍ଛେଦରେ ଅହେତୁକ ବିଳମ୍ବକୁ ନେଇ ତିର୍ତ୍ତୋଲ ତହସିଲଦାରଙ୍କ ଉପରେ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଛନ୍ତି । ତିର୍ତ୍ତୋଲ ତହସିଲଦାର ମହେଶ୍ବର ବେହେରା ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ଅଣଦେଖା କରିଥିବା ଚିଠିରେ ଦର୍ଶାଯାଇଛି । ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ରାଜସ୍ବ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଚିଠି ହୋଇଛି । ତିର୍ତ୍ତୋଲ ଅଞ୍ଚଳରେ ଅନେକ ବେଆଇନ ଇଟାଭାଟି ରହିଛି । ଯାହାର ଅନେକ ଅଭିଯୋଗ ଜିଲ୍ଲାପାଳଙ୍କର ହସ୍ତଗତ ହୋଇଛି। ଅନେକ ଇଟାଭାଟି ମାଲିକ ମାନେ ସରକାରୀ ଜାଗାକୁ ଜବରଦଖଲ କରି ସମସ୍ତ ନିୟମକୁ ଉଲଂଘନ କରିବାର ପ୍ରମାଣ ମିଳିଛି। ତିର୍ତ୍ତୋଲ ଅଞ୍ଚଳରେ ଅନେକ ବେଆଇନ ଇଟାଭାଟି କୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପ୍ରଶାନ ର ନିୟମକୁ ଅବମାନନା କରିଥିବାରୁ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ରେ ଦର୍ଶା ଯାଇଛି। ସେହିପରି ତିର୍ତ୍ତୋଲ ରାଜସ୍ୱ ନିରିକ୍ଷକଙ୍କ ବିରୁଦ୍ଧରେ ମଧ୍ୟ ସମାନ ଅଭିଯୋଗକୁ ନେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।