୬୩ ବର୍ଷରେ ବି ଅସମ୍ଭାଳ ଯୌନ ଭୋକ, ଲଣ୍ଡନରେ ମହିଳାଙ୍କ ଡ୍ରିଙ୍କସରେ ନିଶା ମିଶଆଇ ଧରାପଡିଲେ ଭାରତୀୟ ବଂଶୋଦ୍ଭବ

NEWS7
the-chief-ministers-kalahandi-visit-will-tomorrow

ଲଣ୍ଡନ,|୦୨ : ଲଣ୍ଡନରେ ଭାରତୀୟ ବଂଶୋଦ୍ଭବ ରେଷ୍ଟୁରାଣ୍ଟ ମାଲିକଙ୍କ କଳା କାରନାମା । ମହିଳାଙ୍କୁ ଦେଲେ ନିଶା ଔଷଧ ମିଶା କୋଲ୍ଡ ଡ୍ରିଙ୍କସ୍ । ଦୁଷ୍କର୍ମ ଯୋଜନା ପୂର୍ବରୁ କିନ୍ତୁ ଫେଲ୍ ମାରିଲା ପ୍ଲାନ୍ । ଏବେ ମାମଲା ସାମ୍ନାକୁ ଆସିଲା ପରେ ନିଜ ପାଇଁ ଓକିଲାତି କରିଛନ୍ତି ମାଲିକ । କିନ୍ତୁ ସବୁ ସତରୁ ହଟିଛି ପରଦା ।

ରିପୋର୍ଟ ଅନୁସାରେ, ଲଣ୍ଡନରେ ରୁହନ୍ତି ବିକାଶ ନାଥ । ବୟସ ୬୩ରୁ ବେଶି । ଆନାବେଲରେ ତାଙ୍କର ବନାରସ୍ ନାଁରେ ଏକ ରେଷ୍ଟୁରାଣ୍ଟ ରହିଛି । ଗତ ଶୁକ୍ରବାର ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ହୋଇଛି ଯେ, ସେ ଜଣେ ମହିଳାଙ୍କ କକଟେଲ୍(ଏକ ସଫ୍ଟ ଡ୍ରିଙ୍କସ)ରେ କିଛି ନିଶା ଔଷଧ ମିଶାଇଥିଲେ । ଏକ କ୍ଲବରେ ସେ ମହିଳାଙ୍କ ପାନୀୟରେ ଏପରି କିଛି କରିଥିଲେ । ତେବେ ଏହି ନିଶା ସାମାନ୍ୟ ନିଶା ନୁହେଁ । ଏହା ଶରୀରରେ ହରମୋନ ବଦଳାଇ ଯୌନଲାଳସା ବୃଦ୍ଧି କରିଥାଏ । ବିକାଶ ନିଶା ମିଶାଉଥିବାର ଭିଡିଓ ମଧ୍ୟ ସିସିଟିଭିରେ କଏଦ ହୋଇଛି ।

ସବୁଠାରୁ ବଡ ସକଥା ହେଉଛି ଯେ, ମହିଳାଜଣଙ୍କ ଏହାକୁ ପିଇନଥିଲେ । କାରଣ କ୍ଲବର ଜଣେ ଷ୍ଟାଫ୍ ପାନୀୟକୁ ପିଇବା ପୂର୍ବରୁ ମହିଳାଙ୍କୁ ଅଟକାଇ ଦେଇଥିଲେ । ଏକଥା ବିକାଶ ଜାଣିପାରିନଥିଲେ । ଏହାପରେ କର୍ମଚାରୀଜଣଙ୍କ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ବିକାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

ସତ ଧରାଇଦେଲା ମେସେଜ୍

ଲଣ୍ଡନର ଏକ କୋର୍ଟରେ ବିଚାର ବେଳେ ବିଚାରପତି ଜାଣିବାକୁ ପାଇଛନ୍ତି ଯେ, ବିକାଶର ଏହା ସୁଚିନ୍ତିତ ଯୋଜନା ଥିଲା । ଘଟଣାର କିଛି ଦିନ ପୂର୍ବରୁ ସେ ନିଜ ସାଙ୍ଗମାନଙ୍କୁ ଜଣେ ମହିଳାଙ୍କ ବାବଦରେ ମେସେଜ୍ କରିଥିଲେ । ସେ ସେହି ମହିଳାଙ୍କୁ ଚାହୁଁଥିବା ବନ୍ଧୁଙ୍କୁ ଜଣାଇଥିଲେ । ବନ୍ଧୁମାନେ ମଧ୍ୟ ମହିଳାଙ୍କ ପ୍ରତି ଅନେକ ଅପଶବ୍ଦ ପ୍ରୟୋଗ କରିଥିଲେ ।

ତେବେ ଏନେଇ ସଫେଇ ଦେଇଛନ୍ତି ବିକାଶ । ସେ କେବଳ ମହିଳାଙ୍କୁ ଆରାମ ପ୍ରଦାନ କରିବାକୁ ଚାହୁଁଥିଲେ । ତେଣୁ ନିଶା ଔଷଧ ମିଶାଇଥିବା କୋର୍ଟରେ ପ୍ରକାଶ କରିଛନ୍ତି । ହେଲେ ସରକାରୀ ଓକିଲ ଏହି ଦାବିକୁ ମିଛ ବୋଲି କହିଛନ୍ତି ।