ମାଆ ହେବାକୁ ଚାହୁଁଛନ୍ତି ୪୬ ବର୍ଷିୟା ଅଭିନେତ୍ରୀ ତନୀଷା ମୁର୍ଖାଜୀ, କହିଲେ-ମୋତେ ମିଳୁ ନାହିଁ ପୁଅ...

Published By : Prameya-News7 Bureau | April 17, 2024 IST

ମୁମ୍ଵାଇ ୧୭।୦୪: କାଜୋଲଙ୍କ ଭଉଣୀ ତଥା ଅଭିନେତ୍ରୀ ତନୀଷା ମୁର୍ଖାଜୀ। ଅନେକ ଫିଲ୍ମରେ କରିଛନ୍ତି ଅଭିନୟ । ମାଆ ଓ ଭଉଣୀ ଭଳି ହାସଲ କରିପାରିଲେନି ଲୋକପ୍ରିୟତା। ମିଳିଲାନି ନେମ୍‌ ଆଉ ଫେମ୍‌ । ହେଲେ ଏବେ ତନୀଷା ପୁଣି ଥରେ ଫିଲ୍ମ  ‘ଲଭ ୟୁ ଶଙ୍କର’ରେ କମ୍‌ବ୍ୟାକ୍‌ କରୁଛନ୍ତି। ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ମାଆ ଚରିତ୍ରରେ ନଜର ଆସିବେ।

୪୬ ବର୍ଷର ମନୀଷା ରିଅଲ ଲାଇଫ୍‌ରେ କୁଆଁରୀ। ତାଙ୍କର ଏବେ ଯାଏଁ ହୋଇ ନାହିଁ ବିବାହ ।  ହେଲେ ତାଙ୍କର ମାଆ ହେବାର ଇଚ୍ଛା ମଧ୍ୟ ପୂରଣ ହୋଇପାରୁନାହିଁ । କିନ୍ତୁ  ଏବେ ସେ ପରଦାରେ ମାଆ ହେବା ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି । ଏକ ସାକ୍ଷାତକାରରେ କହିଛନ୍ତି କି ମୋତେ ମାଆ ହେବାକୁ ଇଚ୍ଛା। ଏତିକି ନୁହେଁ ମୋତେ ପିଲା ବହୁତ ପସନ୍ଦ। ମାଆ ହେବାର ଫିଲିଙ୍ଗସ୍‌ ଏବଂ ଅଭିଜ୍ଞତାକୁ ନିଜ ଜୀବନରେ ଦେଖିବାକୁ ଚାହୁଁଛି। କିନ୍ତୁ ଦୁର୍ଭାଗ୍ୟ କି ମୋର ଏହି ଇଚ୍ଛା ଏବେ ଯାଏଁ ପୂରା ହେଉ ନାହିଁ ।

ଏଥିପାଇଁ ମୁଁ ଅନସ୍କ୍ରିନ୍‌ରେ ମାଆ ହୋଇଗଲି। ଏହା ମୋ ପାଇଁ ବହୁତ ଭଲ ଅଭିଜ୍ଞତା ହେବ । ମୁଁ ସତରେ ମାଆ ହେବାକୁ ଚାହୁଁଛି। ଏଥିପାଇଁ ପ୍ରଥମେ ମୋତେ ସଠିକ୍‌ ପୁଅ ଖୋଜିବାକୁ ପଡିବ। ପରେ ମୋତେ ପୁଣି ବିବାହ କରିବାକୁ ହେବ। ବିବାହ ପରେ ହିଁ ମାଆ ହୋଇ ପାରିବି। ଏଥିପାଇଁ ମୋତେ ବହୁତ ସମୟ ଲାଗିବ। କାହିଁକି ନା ଏବେ ଯାଏଁ ମୋତେ କୌଣସି ପୁଅ ମିଳି ନାହାନ୍ତି। ତେବେ ତନୀଷାଙ୍କୁ କେବେ ତାଙ୍କ ସ୍ଵପ୍ନ ରାଜକୁମାର ମିଳିବ ଏବଂ ସେ କେବେ ସେ ମାଆ ହେବେ ତାହା କେବଳ ସମୟ ହିଁ କହିବ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.