ଇଭିଏମ୍‌କୁ ‘ସୁପ୍ରିମ୍’ କ୍ଲିନ୍‌ ଚିଟ୍; ଫେରିବନି ବାଲଟ୍ ପେପର, ଭିଭିପାଟ୍ ଭେରିଫିକେସନ ପିଟିସନ ଖାରଜ୍

Published By : Prameya-News7 Bureau | April 26, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଭିଭିପାଟ୍ ଭେରିଫିକେସନ ପିଟିସନ ଖାରଜ୍ । ଇଲେକ୍‌ଟ୍ରୋନିକ୍‌ ଭୋଟିଂ ମେସିନ ସହିତ ଭୋଟର ଭ୍ୟାରିଏବଲ ର ଅଡିଟ୍ ଟାଏଲରୁ ବାହାରୁ ଥିବା ସ୍ଲିପର ମେଳ କରାଯିବ ନାହିଁ । ଶୁକ୍ରବାର ଭିଭିପାଟ୍ ମେସିନକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି ହୋଇଛି । ଏହି ଆବେଦନକୁ ସର୍ବୋଚ୍ଚ ଅଦାଲତ ଖାରଜ କରିବା ସହିତ ଇଭିଏମକୁ କ୍ଲିନ୍ ଚିଟ୍ ଦେଇଛନ୍ତି । ନିର୍ବାଚନ ଫଳ ଘୋଷଣା ହେବାର ୭ଦିନ ମଧ୍ୟରେ ପ୍ରାର୍ଥୀ ଦ୍ବିତୀୟ ଥର ଲାଗି ଯାଞ୍ଚ କରିପାରିବେ । ଏଥିରେ ଥିବା ମାଇକ୍ରୋ କଣ୍ଟ୍ରୋଲର ମେମୋରିକୁ ଇଞ୍ଜିନିୟରମାନେ ଯାଞ୍ଚ କରିବେ । ଏବାଦରେ ହେବାକୁ ଥିବା ସମସ୍ତ ଖର୍ଚ୍ଚ ସଂପୃକ୍ତ ପ୍ରାର୍ଥୀ ବହନ କରିବେ । 

ଲୋକସଭା ନିର୍ବାଚନରେ ଫେରିବନି ବାଲଟ୍ ପେପର । ଇଭିଏମରେ ହେବ ମତଦାନ । ଇଭିଏମ-ଭିଭିପାଟର ଶହେ ପ୍ରତିଶତ ମେଳ ହେବ ନାହିଁ । ଶୁକ୍ରବାର ଜଷ୍ଟିସ୍‌ ସଂଜୀବ ଖାନ୍ନା ଏବଂ ଦୀପାଙ୍କର ଦତ୍ତଙ୍କ ଖଣ୍ଡପୀଠ ଭିଭିପାଟକୁ ନେଇ ଦାୟର ହୋଇଥିବା ଆବେଦନର ଶୁଣାଣି କରି ନିର୍ବାଚନ କମିଶନଙ୍କୁ ପରାମର୍ଶ ଦେଇଛନ୍ତି । ୪୫ ଦିନ ପର୍ଯ୍ୟନ୍ତ ଭିଭିପାଟ୍ ମେସିନର ସ୍ଲିପ୍ ସୁରକ୍ଷିତ ରହିବ । ସ୍ଲିପ୍ ଉପରେ ପ୍ରାର୍ଥୀଙ୍କ ହସ୍ତକ୍ଷର ରହିବ । ଭିଭିପାଟ୍ ସ୍ଲିପ୍‌ରେ ବାରକୋଡ୍‌ ରଖିବା ଉପରେ ବିଚାର କରିବାକୁ ଇସିଆଇଙ୍କୁ କହିଛନ୍ତି ସୁପ୍ରିମକୋର୍ଟ । ଗତ ଶୁଣାଣି ସମୟରେ ଇଭିଏମ୍‌ରେ ଦିଆଯାଉଥିବା ଭୋଟ୍‌କୁ ଭିଭିପାଟ୍‌ ସହ ମେଳ କରିବା ସଂପର୍କିତ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ ସର୍ବୋଚ୍ଚ ଅଦାଲତ ।

ଭାରତ ଇଲେକ୍ଟ୍ରୋନିକ୍ସ ଲିମଟେଡ୍ ଓ ଇଲେକ୍ଟ୍ରୋନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୧୩ ଏହି ଭିଭିପାଟ୍ ବା ଭୋଟର ଭ୍ୟାରିଏବଲ ପେପର ଅଡଟ୍ ଟ୍ରୋଲ ମେସିନ ଢିଜାଇନ୍ କରାଯାଇଥିଲା । ଏହି ଦୁଇଟି ହେଉଛି ସେହି କମ୍ପାନୀ ଯିଏ ଇଭିଏମ୍ ମେସିନ ମଧ୍ୟ ବନାଇଥିଲେ । ତେବେ ଭିଭିପାଟ୍ ମେସିନରେ ପ୍ରଥମ ଥର ପାଇଁ ୨୦୧୪ରେ ନାଗାଲ୍ୟାଣ୍ଡରେ ଭୋଟିଂ ହୋଇଥିଲା । ଏହାପରେ ୨୦୧୪ରେ ଲୋକସଭା ନିର୍ବାଚନରେ କିଛି ଆସନରେ ମଧ୍ୟ ଏହାକୁ ବ୍ୟବହାର କରାଯାଇଥିଲା । ୨୦୧୯ରେ ପ୍ରଥମଥର ପାଇଁ ଏହାକୁ ଦେଶବ୍ୟାପୀ ବ୍ୟବହାର କରାଯାଇଥିଲା ।
ଏହାକୁ ଇଭିଏମ୍ ମେସିନରେ ସଂଲଗ୍ନ କରାଯାଇଥାଏ । ଭୋଟର ଭୋଟ୍ ଦେଇସାରିବା ପରେ ଏହି ମେସନରେ ଏକ ଚିରକୁଟି ପେପର ବାହାରେ ଯେଉଁଥିରେ ଭୋଟରଙ୍କ ନାଁ ଏବଂ ସେ ଭୋଟ୍ ଦେଇଥିବା ଚିହ୍ନ ପ୍ରିଣ୍ଟ ଥାଏ । ଏହା ଭିଭିପାଟ ସ୍କ୍ରିନ ଉପରେ ୭ ସେକେଣ୍ଡ ପାଇଁ ଦୃଶ୍ୟମାନ ହୁଏ ଏବେ ପରେ ଏହା ଭିଭିପାଟର ଡ୍ରପ୍ ବକ୍ସରେ ପଡିଯାଏ ।

 

 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.