ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ; ୨୧ ସିଟ୍‌ରେ ଫୁଟିବ ପଦ୍ମ, ଆପଣଙ୍କ ଆଶୀର୍ବାଦ ବିକାଶ କରି ସୁଝାଇବି

Published By : Prameya-News7 Bureau | May 06, 2024 IST

ନବରଙ୍ଗପୁର ୦୬।୦୫ : ବିଜେପିର ମିଶନ୍‌ ଓଡିଶା । ପ୍ରଥମ ବ୍ରହ୍ମପୁର ଆଉ ଏବେ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ଓଡିଆରେ କହି ଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ । ଆଉ କହିଛନ୍ତି ଏଥର ବିଜେଡି ଯିବ, ଆଉ ବିଜେପି ଆସିବ । 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ନିର୍ବାଚନରେ ବିଜେପିକୁ ବିପୁଳ ମାତ୍ରାରେ ଲୋକଙ୍କ ଆଶୀର୍ବାଦ ମିଳିବ । ଡବଲ ଇଞ୍ଜିନ୍‌ ସରକାର ଗଢିବା ଲାଗି ଆପଣଙ୍କ ସହଯୋଗର ଆବଶ୍ୟକତା ରହିଛି । ଯାହାଫଳରେ ଆଗାମୀ ଦିନରେ ରାଜ୍ୟରେ ସରକାର ଗଢିବ ବିଜେପି । ଓଡିଶାର ସମସ୍ତ ୨୧ ଲୋକସଭା ଆସନରେ ପଦ୍ମ ଫୁଲ ଫୁଟାଇବ। ଆଉ ଦିଲ୍ଲୀରେ ବିଜେପି ସରକାରକୁ ମଜବୁତ୍‌ କରିବା । 

ସେହିପରି ବିରୋଧୀଙ୍କୁ କଟାକ୍ଷା କରି କହିଛନ୍ତି ଯେ, ଜୁନ୍‌ ୪ରେ ଏକ୍ସପାରି ‌ହେଉଛି ବିଜେଡି ସରକାର । ଏହାପରେ ଜୁନ୍‌ ୧୦ରେ ବିଜେପି ସରକାରର ଶପଥ ଗ୍ରହଣ ଉତ୍ସବ । ଏହି ସରକାରରେ ଓଡିଶାର ଜନ୍ମିତ ପୁଅ ବା ଝିଅ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ବିଜେପି ସରକାର ଗଢିବା ପରେ ପ୍ରଥମ ବିକାଶମୂଳକ କାମ ହେବ । ଯାହାଦ୍ୱାର ଜନସାଧାରଣଙ୍କ ଫାଇଦା ମିଳିବ ।  କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ ଦିଆଯିବ । ବିଜେପି ସରକାରର ସବୁ ଯୋଜନାରେ ଓଡିଶାବାସୀଙ୍କ ଫାଇଦା ମିଳିବ । ଓଡିଶାରେ ପ୍ରଥମ ଥର ପାଇଁ ହେବ ଡବଲ ଇଞ୍ଜିନ ସରକାର ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.