ଗୋଟିଏ ଦିନ ପାଇଁ ଜେଲରୁ ବାହାରକୁ ଆସିଲେ ହେମନ୍ତ ସୋରେନ, ପୁଅକୁ ଦେଖି ଭାବବିହ୍ବଳ ହେଲେ ମାଆ

Published By : Prameya-News7 Bureau | May 06, 2024 IST

ଝାଡ଼ଖଣ୍ଡ: ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋମବାର, ଗ‌େ‌ାଟିଏ ଦିନ ପାଇଁ ଜେଲରୁ ପୋଲିସ ହେପାଜତରେ ବାହାରକୁ ଆସିଛନ୍ତି। ସେ ନିଜ ଦାଦା ସ୍ବର୍ଗତ ରାଜାରାମ ସୋରେନଙ୍କ ଶ୍ରାଦ୍ଧ କର୍ମରେ ସାମିଲ ହେବାକୁ ରାମଗଡ଼ ଜିଲ୍ଲା ନେମରା ଗାଁରେ ପହଞ୍ଚିଛନ୍ତି। ହେମନ୍ତ ସୋରେନ ନେମରା ଗାଁରେ ପହଞ୍ଚି ମାତା-ପିତା ଆଶୀର୍ବାଦ ନେଇଥିଲେ। ତାଙ୍କୁ ଦେଖି ତାଙ୍କ ମାଆ ମଧ୍ୟ ଭାବବିହ୍ବଳ ହୋଇଥିବାର ଦେଖାଯାଇଥିଲା। ସୂଚନାଥାଉକି, ହାଇକୋର୍ଟ ପୋଲିସ ହେପାଜତରେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଅନୁମତି ଦେଇଛନ୍ତି।

ପ୍ରକୃତରେ ହେମନ୍ତ ନିଜ ଦାଦା ରାଜାରାମ ସୋରେନଙ୍କ ପରଲୋକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ତରଫରୁ ଶ୍ରାଦ୍ଧକର୍ମରେ ସାମିଲ ହେବା ପାଇଁ ଅସ୍ଥାୟୀ ଜାମିନ ପାଇଁ ଆବେଦନ କରିଥିଲେ। ମାମଲାର ଶୁଣାଣି ହାଇକୋର୍ଟ ବିଚାରପତି ରଙ୍ଗନ ମୁଖୋପାଧ୍ୟାୟଙ୍କ ଅଦାଲତରେ ହୋଇଥିଲା। ଉଭୟ ପକ୍ଷଙ୍କ ଦଲିଲ ଶୁଣିବା ପ‌ରେ ଅଦାଲତ ହେମନ୍ତ ସୋରେନଙ୍କ ଯାଚିକା ଖାରଜ କରିବା ସହ କୌଣସି ପ୍ରକାର ଜାମିନ ଦେବାକୁ ମନା କରିଥିଲେ।

ଅବଶ୍ୟ ହାଇକୋର୍ଟ ହେମନ୍ତ ସୋରେନଙ୍କୁ ଶ୍ରାଦ୍ଧକର୍ମରେ ମେ ୬ରେ ସାମିଲ ହୋଇପାରିବେ। କିନ୍ତୁ ଏହି ସମୟରେ ସେ ପୋଲିସ ହେପାଜତରେ ରହିବେ ଏବଂ ସେହିଦିନହିଁ ଜେଲ୍‌କୁ ଫେରିବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମଧ୍ୟ ରହିଛି ଯେ, ଏହି ସମୟରେ ସେ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ କିମ୍ବା କୌଣସି ରାଜନୈତିକ ଭାଷଣ ମଧ୍ୟ ଦେଇପାରିବେନାହିଁ।

ସୂଚନାଯୋଗ୍ୟ, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଥିତ ଭୂମି ଘୋଟାଲା ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ନିଜର ଗିରଫଦାରି ବିରୋଧରେ ଝାଡ଼ଖଣ୍ଡ ହାଇକୋର୍ଟ ଦ୍ବାରା ତାଙ୍କର ରିଟ୍‌ ପିଟିସନ ଖାରଜ କରିବାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କଥିତ ଜମି ଘୋଟାଲା ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜାନୁଆରୀ ୩୧ରେ ଗିରଫ କରିଥିଲା। ତାଙ୍କ ଉପରେ ଅଭିଯୋଗ ରହିଛି ଯେ, ସେ ୩୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୮.୮୬ ଏକର ଜମି ଅବୈଧ ଭାବରେ ହାସଲ କରିଥିଲେ। ଆଉ ଏହି ମାମଲାରେ ସେ ଗିରଫ ହୋଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.