ଦିଲ୍ଲୀ ପରେ ଅହମ୍ମଦାବାଦ ସ୍କୁଲ୍‌କୁ ବୋମା ଧମକ, ପୋଲିସ୍‌ର ସର୍ଚ୍ଚ ଅପରେସନ ଜାରି

Published By : Prameya-News7 Bureau | May 06, 2024 IST

ମୁମ୍ଵାଇ ୦୬।୦୫: ଅହମ୍ମଦାବାଦର ଅନେକ ସ୍କୁଲ୍‌କୁ ଇମେଲ ମାଧ୍ୟମରେ ବୋମାରେ ଉଡାଇବା ପାଇଁ ଧମକ ଦେଇଛନ୍ତି। ଅହମ୍ମଦାବାଦ ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଗୁଜୁରାଟରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ ସ୍କୁଲରେ ବୋମା ବିସ୍ଫୋରଣ ସମ୍ପର୍କରେ ପୋଲିସକୁ ସତର୍କ କରାଯାଇଛି।

ଆସନ୍ତାକାଲି ଗୁଜୁରାଟରେ ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ। ସୂଚନାନୁସାରେ, ଅହମ୍ମଦାବାଦର ବିଭିନ୍ନ ବିଦ୍ୟାଳୟ ଉପରେ ବୋମା ପକାଇବାକୁ ଧମକ ଦିଆଯାଇଛି। ସହରର ବିଭିନ୍ନ ପ୍ରାନ୍ତରେ ଥିବା ବିଦ୍ୟାଳୟ ଗୁଡ଼ିକୁ ଧମକପୂର୍ଣ୍ଣ ମେଲ ଆସିଛି। ପୋଲିସ ଧମକପୂର୍ଣ୍ଣ ମେଲର ତଦନ୍ତ କରୁଛି। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଋଷର ମେଲ ଆଇଡିରୁ ଏହି ଧମକ ଦିଆଯାଇଛି।

ଘାଟଲୋଦିଆର ଆନନ୍ଦ ନିକେତନ ଏବଂ ଚାନ୍ଦଖେଡାର କେନ୍ଦ୍ରିୟ ବିଦ୍ୟାଲୟଙ୍କୁ ଧମକପୂର୍ଣ୍ଣ ଇମେଲ ଆସିଛି। ବୋମା ଧମକ ପରେ ପୋଲିସ ଏବଂ ବିଡିଏସର ଏକ ଟିମ୍ ଆସି ତଦନ୍ତ ଆରମ୍ଭ କରିଥିଲେ। ବମ୍‌ ସ୍କ୍ଵାଡ ଟିମ୍ ମଧ୍ୟ ତଦନ୍ତ କରୁଛନ୍ତି। ସାଇବର କ୍ରାଇମ ଏବଂ କ୍ରାଇମ ବ୍ରାଞ୍ଚ ମଧ୍ୟ ଏହାର ଯାଞ୍ଚ ଆରମ୍ଭ କରିଦେଇଛି।  ମିଳିଥିବା ସୂଚନା ଅନୁଯାୟୀ, ଅହମ୍ମଦାବାଦ ସ୍କୁଲରେ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ତଥ୍ୟ ମିଳିନାହିଁ। ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ଭୟଭୀତ ହେବାର ନାହିଁ। ପୋଲିସ ଆଲର୍ଟ ମୋଡରେ କାମ କରୁଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.