ଝେଲମ୍ ନଦୀରେ ବୁଡ଼ିଲା ଡଙ୍ଗା; ୪ମୃତ, ଅନେକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

Published By : Prameya-News7 Bureau | April 16, 2024 IST

ଶ୍ରୀନଗର: ଜାମ୍ମୁ-କାଶ୍ମୀରର ବଟଓ୍ବାରର ଅଘଟଣ । ଝେଲମ୍ ନଦୀରେ ଓଲଟିଲା ଯାତ୍ରୀବାହୀ ଡଙ୍ଗା । ଏହି ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ରହିଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଏସଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କିଛି ଆହତଙ୍କୁ ଏସଏମଡିଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ମଙ୍ଗଳବାର ସକାଳୁ ଏହି ଦୁର୍ଘଟଣା ଘଟିଛି । କିଛି ୧୦ରୁ ୧୨ଜଣ ସ୍କୁଲ ଛାତ୍ର ସମେତ କିଛି ଲୋକ ଏକ ଡଙ୍ଗାରେ ଗଡ଼ଓ୍ବାଲରୁ ଶ୍ରୀନଗର ଯାଉଥିଲେ । ଏହି ସମୟରେ ଡଙ୍ଗାଟି ଓଲଟି ପଡ଼ିଥିଲା । ଫଲରେ ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଛି । ରେସକ୍ୟୁ ଟିମ୍ ନିଖୋଜଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚଳାଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଆଜି ସକାଳୁ କିଛି ସ୍କୁଲ ପିଲା ଓ ଲୋକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଝେଲମ ନଦୀରେ ବୁଡ଼ିଯାଉଛି ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.