୫୨ ବର୍ଷ ପରେ ଏହି ଦିନ ପଡିବ ବର୍ଷର ପ୍ରଥମ ସୂର୍ଯ୍ୟପରାଗ, କେଉଁଠି ଦେଖାଯିବ ସୂତକ

Published By : Prameya-News7 Bureau | April 06, 2024 IST

ନୂଆଦିଲ୍ଲୀ ୦୬/୦୪: ଏପ୍ରିଲ୍ ୮ରେ ପଡୁଛି ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ତେବେ ଭାରତରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ୫୨ ବର୍ଷ ପରେ ଏହି ହେବାକୁ ଯାଉଛି ବିରଳ ସଂଯୋଗ । ଚଳିତ ବର୍ଷର ଏହା ହେବ ପ୍ରଥମ ସୂର୍ଯ୍ୟପରାଗ । ଏପ୍ରିଲ୍ ୮ରେ ପଡୁଥିବାରୁ ପରାଗର ଅବଧି ରହିବ ୪ ମିନିଟ ୨୫ ସେକେଣ୍ଡ । 

ଏହି ସୂର୍ଯ୍ୟପରାଗର ପରଦିନ ଭାରତରେ ହିନ୍ଦୁ ନବବର୍ଷ ଅର୍ଥାତ୍ ଚୈତ୍ର ନବରାତ୍ରର ଆରମ୍ଭ ହେବ । ଏପ୍ରିଲ ୮ରେ ଲାଗିବାକୁ ଥିବା ପରାଗରେ ଆମେରିକା, କାନାଡା, ଇଂଲଣ୍ଡ, ମେକ୍ସିକୋ ଏବଂ ଆୟର୍ଲାଣ୍ଡରେ ଦୃଶ୍ୟମାନ ହେବ ।  ଭାରତୀୟ ସମୟ ଅନୁସାରେ ଏପ୍ରିଲ ୮ତାରିଖ ରାତି ୯.୧୨ରେ ପରାଗ ଆରମ୍ଭ ହେବ । ତଥାପି ଏହାର ପ୍ରଭାବ ଆମ ଦେଶରେ ରହିବ ନାହିଁ  ।  

ଏହି ପୂର୍ଣ୍ଣ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ତେଣୁ ଭାରତରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ତେଣୁ ଅସୁଦ୍ଧି କାଳର କୌଣସି ସମୟ ସୀମା ରହିବ ନାହିଁ । ଏହା ସହ ଜଡିତ ଥିବା କୌଣସି କାର୍ଯ୍ୟରେ ବି ବାରଣ ରହିବ ନାହିଁ । ଭାରତରେ ସିନା ଏହାର ପ୍ରଭାବ ନାହିଁ । 

କିନ୍ତୁ କାନାଡା, ମେକ୍ସିକୋ, ବରମୁଣ୍ଡା, କାରିବିଆନ୍ ନେଦରଲାଣ୍ଡ, କଲମ୍ବିଆ, କୋଷ୍ଟାରିକା, କ୍ୟୁବା ଭଳି ବିଶ୍ୱର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବ । ଡୋମିନିକା, ଗ୍ରୀନଲାଣ୍ଡ, ଆୟର୍ଲାଣ୍ଡ, ଆଇସଲ୍ୟାଣ୍ଡ, ଜାମାଇକା, ନରୱେରେ ଦୃଶ୍ୟମାନ ହେବ । ପାନାମା, ନିକାରାଗୁଆ, ଋଷ, ପୁଏର୍ତୋ ରିକୋ, ସେଣ୍ଟ ମାର୍ଟିନ ଭେନେଜୁଏଲା, ଯୁକ୍ତରାଜ୍ୟ, ବାହାମା, ସ୍ପେନ୍,ଯୁକ୍ତରାଷ୍ଟ୍ର ଏବଂ ଆରୁବା ଏବଂ ଅନ୍ୟାନ୍ୟ ଦେଶରେ ବି ଦୃଶ୍ୟମାନ ହେବ ।  

କୁହାଯାଏ ଯେ ୧୯୭୧ ମସିହାରେ ଭାରତରେ ଏପରି ସୂର୍ଯ୍ୟପରାଗ ଅନୁଷ୍ଠିତ ହୋଇଥିଲା । ପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଚ୍ଛାଦନ କରିବ । ପ୍ରାୟ ୭.୫ ମିନିଟ୍ ଆକାଶରେ ରହିବ । ଆକାଶ ଅନ୍ଧକାର ହେବ। ଯେଉଁଠାରେ ଏହା ଦୃଶ୍ୟମାନ ହୁଏ, ଦିନ ରାତିରେ ପରିଣତ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.