ମୁସଲମାନଙ୍କୁ ଶାହି ଇମାମ ଅହମ୍ମଦ ବୁଖାରୀଙ୍କ ନିବେଦନ, ମସଜିଦରେ କରନ୍ତୁ ଇଦ ନମାଜ

Published By : Prameya-News7 Bureau | April 10, 2024 IST

ନୂଆଦିଲ୍ଲୀ ୧୦।୪: ଜାମା ମସଜିଦ୍ ଶାହି ଇମାମ ସୈୟଦ ଅହମଦ ବୁଖାରୀ ଦେଶର ସବୁ ମସଜିଦ ଇମାମଙ୍କୁ ମସଜିଦ ଭିତରେ ନମାଜ  ନିମନ୍ତେ ବ୍ୟବସ୍ଥା କରିବାକୁ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁଠି ମୁସଲମାନ ବସ୍ତି ସବୁ ଅଛି ଓ ନମାଜିଙ୍କ ସଂଖ୍ୟା ଅଧିକ ସେଠାରେ ମସଜିଦ ବାହାରେ ନମାଜ କରାଯାଇ ପାରେ। ତେବେ ଏଥି ପାଇଁ ବୁଖାରୀ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି। ତାହା ହେଉଛି ସେହି ଖୋଲା ସ୍ଥାନ ଉପରେ ଯେପରି କାହାର ଆପତ୍ତି ନ ଥାଏ। 

ଏଭଳି ପରିସ୍ଥିତିରେ ସ୍ଥାନୀୟ ପ୍ରଶାସନକୁ ନମାଜରେ ସହାୟତା କରିବାକୁ ବୁଖାରୀ କହିଛନ୍ତି। ନଚେତ ମସଜିଦ ପରିସରରେ ଏକରୁ ଅଧିକ ଜମାତ ଆୟୋଜନ କରି ନମାଜର ବ୍ୟବସ୍ଥା କରାଯାଇ ପାରେ ବୋଲି କହିଛନ୍ତି। ଅଧିକ ନମାଜୀ ଥିଲେ ଏକାଧିକ ଜମାତ କରାଯାଇପାରେ ବୋଲି ବୁଖାରୀ କହିଛନ୍ତି। ତେବେ ମନେ ରଖିବା ଉଚିତ ଯେ ନୂଆ ଜମାତର ଇମାମ ଯେପରି ଅଲଗା ହୋଇଥିବେ। 

ବୁଖାରୀ କହିଛନ୍ତି ଯେ ଇଦ ନମାଜ ସଦଭାବନା ମାହୋଲରେ ଅନୁଷ୍ଠିତ ହେବା ଦରକାର। ଇଦ ଆଧ୍ୟାତ୍ମିକ ଗାରିମାକୁ କାୟମ ରଖିବା ପାଇଁ ଆମ ସମସ୍ତଙ୍କୁ ମିଳି ମିଶି ପ୍ରୟାଶ କରିବା ଉଚିତ। ସବା ଶେଷରେ ସେ ଦେଶବାସୀଙ୍କୁ ଇଦ ଅଭିନନ୍ଦନ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ଶୱାଲକା ଚାନ୍ଦ ଦେଖା ଯାଇ ନଥିଲା। ଏଣୁ ବୁଖାରୀ ବୁଧବାର ଶେଷ ରୋଜା ଘୋଷଣା କରିଥିଲେ। ଏହାର ଦିନକ ପରେ ଇଦ ଅନୁଷ୍ଠିତ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.