ମେ୧୦ରୁ ଚାରିଧାମ ଯାତ୍ରା, ପ୍ରଥମ ସପ୍ତାହରୁ ଆରମ୍ଭ ହେବ ଯାତ୍ରୀ ପଞ୍ଜିକରଣ

Published By : Prameya-News7 Bureau | April 14, 2024 IST

ଡେରାଡୁନ ୧୪।୪: ପର୍ଯ୍ୟଟନ ବିଭାଗ ପକ୍ଷରୁ ଚାରିଧାମ ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଭାଗ ପକ୍ଷରୁ ପଞ୍ଜିକରଣ କାଉଣ୍ଟର କାମ ଆରମ୍ଭ ହୋଇଛି। ଚାରିଧାମ ଯାତ୍ରୀଙ୍କ ଯାତ୍ରା ପଞ୍ଜିକରଣ କରାଇବା ପାଇଁ ଚଳିତ ବର୍ଷ ୬ଟି କାଉଣ୍ଟର ହେବ। ମେ ପ୍ରଥମ ସପ୍ତାହରୁ କାଉଣ୍ଟରମାନଙ୍କରେ ଯାତ୍ରୀଙ୍କ ନାମ ପଞ୍ଜିକରଣ ଆରମ୍ଭ କରିଦିଆଯିବ। ଉତ୍ତରାଖଣ୍ଡରେ ମେ ୧୦ ତାରିଖରେ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ କବାଟ ଖୋଲିବା ସହ ଚାରିଧାମ ଯାତ୍ରା ଆରମ୍ଭ ହୋଇଯିବ। 

ଏମିତିରେ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ଚାରିଧାମ ଯାତ୍ରା ନିମନ୍ତେ ଅନଲାଇନ ପଞ୍ଜିକରଣ ସୁବିଧା ମଧ୍ୟ ଦିଆଯାଉଛି। ଯେଉଁଥିରେ ଦେବ ଭୂମି ଉତ୍ତରାଖଣ୍ଡରେ ତୀର୍ଥଯାତ୍ରା କରିବାକୁ ଆଗ୍ରହୀ ଶ୍ରଦ୍ଧାଳୁ ଘରେ ବସି ସେମାନଙ୍କ ପଞ୍ଜିକରଣ କରାଇ ପାରିବେ। ଏହା ବାଦେ ପ୍ରଦେଶକୁ ପ୍ରବେଶ କରୁଥିବା ଯାତ୍ରୀଙ୍କୁ ସ୍ଥାନେ ସ୍ଥାନେ ପଞ୍ଜିକରଣ ସୁବିଧା ଦିଆଯାଉଛି। ଏଥି ଲାଗି ପର୍ଯ୍ୟଟନ ବିଭାଗ ପକ୍ଷରୁ ପଞ୍ଜିକରଣ କାଉଣ୍ଟର ସବୁ ଖୋଲା ଯାଉଛି। ଏଥିରେ ଧର୍ମନଗରୀରେ ମଧ୍ୟ କାଉଣ୍ଟର ଖୋଲାଯିବ। 

ଚଳିତବର୍ଷ ଆରମ୍ଭ ହେବାକୁ ଯାଉଥିବା ଚାରିଧାମ ଯାତ୍ରା ନିମନ୍ତେ ପର୍ଯ୍ୟଟନ ବିଭାଗ କାର୍ଯ୍ୟାଳୟ ପରିସରରେ କାଉଣ୍ଟର ଖୋଲାଯିବ। କାଉଣ୍ଟରମାନଙ୍କରେ ଇଣ୍ଟରନେଟ୍, ବିଦ୍ୟୁତ ଓ ବସିବା ନିମନ୍ତେ ସୁବିଧା କରାଯିବ। ଚାରିଧାମ ନିମନ୍ତେ ରେଳ ଓ ସଡକ ମାର୍ଗରେ ଆସୁଥିବା ଯାତ୍ରୀଙ୍କୁ ଯାତ୍ରା ପଞ୍ଜିକରଣ ସୁବିଧା ଦିଆଯିବ। କାଉଣ୍ଟରରେ ଯାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ସୁବିଧା ଯୋଗାଇ ଦିଆଯିବ। ଆସୁଥିବା ଯାତ୍ରୀଙ୍କୁ ପ୍ରଥମେ ବସିବାକୁ ଚେୟାର ଦିଆଯିବ, ସେହିଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ମଧ୍ୟ ହେବ। ଯାହା ଦ୍ୱାରା ଯାତ୍ରୀ ପଞ୍ଜିକରଣ କେନ୍ଦ୍ରରେ ଯାତ୍ରୀ ସ୍ୱାସ୍ଥ୍ୟ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରିପାରିବେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.