LIVE TV
LIVE TV

ସଂସଦରେ ଗୋଟିଏ ଦିନରେ କେତେ ଟଙ୍କା ଖର୍ଚ୍ଚ ହୁଏ ?

NEWS7
sagar-sarhadi-passes-away

ନୂଆଦିଲ୍ଲୀ: ସଂସଦର ଦୁଇଟି ଗୃହ ଲୋକସଭା ଏବଂ ରାଜ୍ୟସଭାରେ ମଧ୍ୟାହ୍ନ ଭୋଜନ ପାଇଁ ଗୋଟିଏ ଘଣ୍ଟା ବ୍ୟତୀତ ପ୍ରତିଦିନ ମୋଟ ୬ ଘଣ୍ଟା କାର୍ଯ୍ୟ କରିବାକୁ ସ୍ଥିର କରାଯାଇଛି। ପୂର୍ବତନ ସଂସଦୀୟ ବ୍ୟାପାର ମନ୍ତ୍ରୀ ପବନ ବଂଶଲ ୨୦୧୨ ମସିହାରେ ଦର୍ଶାଇଥିଲେ ଯେ, ସଂସଦ ପରିଚାଳନା ପାଇଁ ସରକାରଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିଥାଏ। ଯେତେବେଳେ ସଂସଦ ସକ୍ରିୟ ଭାବରେ କାର୍ଯ୍ୟକ୍ଷମ ଥାଏ, ପ୍ରତ୍ୟେକ ମିନିଟ୍ ପାଇଁ ପ୍ରାୟ ୨.୫ ଲକ୍ଷ ଖର୍ଚ୍ଚ ହୁଏ। ଏହି ତଥ୍ୟ ପୂର୍ବତନ ସଂସଦୀୟ ବ୍ୟାପାର ମନ୍ତ୍ରୀ ପବନ ବଂଶଲ ୨୦୧୨ ମସିହାରେ ଦେଇଥିଲେ। ତାଙ୍କ ଅନୁସାରେ, ଲୋକସଭା ଏବଂ ରାଜ୍ୟସଭା ପାଇଁ ଗୋଟିଏ ମିନିଟରେ ୧.୨୫ ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ ହୁଏ।

୬ ଘଣ୍ଟା = ୩୬୦ ମିନିଟ

୩୬୦ ମିନିଟ୍ ଖର୍ଚ୍ଚ = ୨.୫ ଲକ୍ଷ ଟଙ୍କା

୩୬୦ ମିନିଟରେ ଖର୍ଚ୍ଚ = ୨.୫ ଲକ୍ଷ * ୩୬୦= ୯ କୋଟି ଟଙ୍କା

ବର୍ତ୍ତମାନର ଖର୍ଚ୍ଚ ଉପରେ ଆଧାର କରି ଏହି ଆକଳନ ଆହୁରି ଅଧିକ ହୋଇପାରେ । କିନ୍ତୁ ନୂତନ ସରକାରୀ ସଂଖ୍ୟା ଉପଲବ୍ଧ ନାହିଁ। ତେଣୁ, ସଂସଦରେ ପ୍ରତି ମିନିଟରେ ହେଉଥିବା ହଟ୍ଟଗୋଳକୁ କରଦାତାଙ୍କ ଟଙ୍କାର ଅପଚୟ ବୋଲି ବିବେଚନା କରାଯାଏ। ସେଥିପାଇଁ ଯେତେବେଳେ ସଂସଦରେ ହଟ୍ଟଗୋଳ ହୁଏ, କାର୍ଯ୍ୟ ବାଧାପ୍ରାପ୍ତ ହୁଏ କିମ୍ବା ବାରମ୍ବାର ମୁଲତବୀ ହୁଏ, ସେତେବେଳେ କୋଟି କୋଟି ଟଙ୍କାର କ୍ଷତି ହୁଏ। ଏହି ଅର୍ଥ ସାଧାରଣ ଲୋକଙ୍କ ପକେଟରୁ ଯାଏ।