ମେ’ ପହିଲାରୁ ବଦଳିଲା ନିୟମ, ସାଧାରଣ ଜନତାଙ୍କ ପକେଟ୍‌ରେ ପଡିବ ପ୍ରଭାବ

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ ୦୧।୦୫: ପ୍ରତି ମାସ ପରି ଚଳିତ ମାସରେ ହେଲା ବିଭିନ୍ନ ନିୟମ ପରିବର୍ତ୍ତନ । ମେ’ ପହିଲାରୁ ହୋଇଛି ପରିବର୍ତ୍ତନ । ନିୟମରେ ପରିବର୍ତ୍ତନ ଯୋଗୁଁ ପକେଟ୍‌ ଉପରେ ପଡିବ ପ୍ରଭାବ । ଆସନ୍ତୁ ଜାଣିବା ପହିଲାକୁ କଣ କଣ ହୋଇଛି ପରିବର୍ତ୍ତନ ? 

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ ପାଇଁ ଆଣିଛି ସ୍କିମ । ବରିଷ୍ଠ ନାଗରିକଙ୍କ ପାଇଁ ଏଫ୍‌ଡି ସ୍କିମର ଅବଧି ମେ’ ୧୦ରେ ଶେଷ ହେଉଛି । ଏଥିରେ ନିବେଶ କ୍ଷେତ୍ରରେ ଅତିରିକ୍ତ ୦.୭% ସୁଧହାର ମିଳିବ । ନିବେଶ ଲାଗି ଖୁବ୍‌ କମ୍‌ ସମୟ ରହିଛି । 

ସେହିପରି ପହିଲାରୁ ୟେସ୍‌ ବ୍ୟାଙ୍କ ସଞ୍ଚୟ ଖାତା କ୍ଷେତ୍ରରେ ନିୟମ ପରିବର୍ତ୍ତନ କରିବ । ବ୍ୟାଙ୍କ ସେଭିଂ ଆକାଉଣ୍ଟ ଲାଗି ବିଭିନ୍ନ ଚାର୍ଜ ବଢ଼ାଇଛି ।  ବ୍ୟାଙ୍କ ସର୍ବନିମ୍ନ ହାରାହାରି ବାଲାନ୍ସ କ୍ଷେତ୍ରରେ ନିୟମ ପରିବର୍ତ୍ତନ କରିଛି । ୟେସ ବ୍ୟାଙ୍କର ପ୍ରୋ-ମ୍ୟାକ୍ସ ସେଭିଂ ଆକାଉଣ୍ଟ ଲାଗି ଅନ୍ୟୁନ ହାରାହାରି ୫୦ ହଜାର ଟଙ୍କାର ବାଲାନ୍ସ ରଖିବାକୁ ହେବ । ସେହିଭଳି ମାକ୍ସିମମ୍‌ ଚାର୍ଜକୁ ୧ ହଜାର ଟଙ୍କାକୁ ପରିବର୍ତ୍ତନ କରାଯାଇଛି । ଏହାବାଦ ପ୍ରୋ ପ୍ଲସ୍‌ ୟେସ୍‌ ରେସ୍‌ପେକ୍ଟ ଏସ୍‌ଏ ଏବଂ ୟେସ ‌ଏସେନ୍ସ ଏସ୍‌ଏ ଖାତାର ସର୍ବନିମ୍ନ ହାରାହାରି ବାଲାନ୍ସ ସୀମା ୨୫ ହଜାର ଏବଂ ସର୍ବୋଚ୍ଚ ଚାର୍ଜ ୭୫୦ ଟଙ୍କା କରାଯାଇଛି । ଆକାଉଣ୍ଟ ପ୍ରୋରେ ମିନିମମ୍‌ ବାଲାନ୍ସ ୧୦ ହଜାର ଟଙ୍କା ଏବଂ ସର୍ବାଧିକ ୭୫୦ ଟଙ୍କାର ଚାର୍ଜ ଲଗାଯାଇପାରିବ ।

ଆଇସିଆଇସିଆଇ ସଞ୍ଚୟ ଖାତା ସହ ଜଡ଼ିତ ସର୍ଭିସ ଚାର୍ଜ ନିୟମକୁ ପରିବର୍ତ୍ତନ କରିଛି । ଏବେ ଡେବିଟ କାର୍ଡ ଲାଗି ସହରାଞ୍ଚଳ ଗ୍ରାହକଙ୍କୁ ୨୦୦ ଟଙ୍କା ଏବଂ ଗ୍ରାମାଞ୍ଚଳ ଗ୍ରାହକଙ୍କୁ ୯୯ ଟଙ୍କାର ବାର୍ଷିକ ଦେୟ ଦେବାକୁ ପଡିବ । ସେହିଭଳି ୨୫ ପୃଷ୍ଠା ବିଶିଷ୍ଟ ଚେକ୍‌ ବୁକ୍‌ ପାଇଁ କୌଣସି ଦେୟ ଲାଗିବନି । ମାତ୍ର ଏହାପରେ ପ୍ରତି ପେଜ୍‌ ପିଛା ୪ ଟଙ୍କା ହିସାବରେ ଚାର୍ଜ ଦେବାକୁ ପଡିବ ।

ମେ ପହିଲାକୁ କ୍ରେଡିଟ କାର୍ଡ ବିଲ୍‌ ଭରିବା ମହଙ୍ଗା ହୋଇଛି । ୟେସ୍‌ ବ୍ୟାଙ୍କ ଏବଂ ଆଇଡିଏଫ୍‌ସି ଫାଷ୍ଟ ଗ୍ରାହକଙ୍କ ପାଇଁ ୟୁଟିଲିଟି ବିଲ୍‌ କ୍ଷେତ୍ରରେ ଅଧିକ ରାଶି ଭରିବାକୁ ପଡ଼ିବ । ଏହି ୨ ବ୍ୟାଙ୍କର ଗ୍ରାହକ ଯଦି କ୍ରେଡିଟ କାର୍ଡରେ ୧୫ ଶହ ଟଙ୍କାର ବିଲ୍‌ ଭରିଛନ୍ତି ତେବେ ଅତିରିକ୍ତ ୧୫ ଟଙ୍କା ଦେବାକୁ ପଡିବ । ବ୍ୟାଙ୍କ ଗ୍ରାହକଙ୍କୁ ୧୫ ହଜାର ଟଙ୍କା ଓ ୨୦ ହଜାର ଟଙ୍କାର ଫ୍ରି ୟୁସେଜ ଲିମିଟ ଦେଇଛନ୍ତି । ଏହା ମଧ୍ୟରେ ଖର୍ଚ୍ଚ କଲେ ଅତିରିକ୍ତ ଦେୟ ଲାଗିବନି । ୧୫ ହଜାରରୁ ଊଦ୍ଧ୍ୱର୍ ଖର୍ଚ୍ଚ କ୍ଷେତ୍ରରେ ୧% ଅତିରିକ୍ତ ଦେୟ ସହ ୧୮% ଜିଏସ୍‌ଟି ଲାଗିବ । ଆଇଡିଏଫ୍‌ସି ବ୍ୟାଙ୍କ କ୍ରେଡିଟ କାର୍ଡ କ୍ଷେତ୍ରରେ ସମାନ ନିୟମ ଲାଗୁ ହେଉଛି ।

ପ୍ରତି ମାସ ପହିଲାରେ ଏଲ୍‌ପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଥାଏ । ତୈଳ ବିପଣନ କମ୍ପାନିଗୁଡିକ ୧୪ କିଲୋ ଏବଂ ୧୯ କିଲୋ ଏଲ୍‌ପିଜି ଦର ନିର୍ଦ୍ଧାରଣ କରିଥାନ୍ତି । ତେବେ ମେ ପହିଲାରୁ ଗ୍ୟାସ୍ ସିଲିଣ୍ଡର ଦରରେ ପରିବର୍ତ୍ତନ ହୋଇଛି । ବ୍ୟବସାୟିକ ସିଲିଣ୍ଡରର ଦାମ୍‌ ୧୯ ଟଙ୍କା ହ୍ରାସ ହୋଇଛି । ତେବେ ଘରୋଇ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.