ଆଠମଲ୍ଲିକରେ ନବୀନଙ୍କ ମାରାଥନ୍ ପ୍ରଚାର, ଦଳୀୟ ପ୍ରାର୍ଥୀଙ୍କ ପାଇଁ କଲେ ଭୋଟ୍ ଅପିଲ

Published By : Prameya-News7 Bureau | May 15, 2024 IST

ଆଠମଲ୍ଲିକ ୧୫।୫: ଅନୁଗୋଳ ଜିଲ୍ଲାର ଆଠମଲ୍ଲିକରେ ମାରାଥନ୍ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଠମଲ୍ଲିକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ନବୀନ । ଆଠମଲ୍ଲିକରେ ପହଞ୍ଚିବା ପରେ ଆୟୋଜିତ ବିଶାଳ ଜନସଭାରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କ ସଭାକୁ ଆସିଥିବାରୁ ଜନତାଙ୍କୁ ଧନ୍ୟବାଦ ଦେଇଥିଲେ ନବୀନ ।   ସରକାରୀ ଯୋଜନା ବିଷୟରେ ପଚାରି ବୁଝିଥିଲେ । BSKY, ମିଶନ ଶକ୍ତି ଯୋଜନା, ମମତା ଯୋଜନା, ଲକ୍ଷ୍ମୀ ବସ୍ ଯୋଜନା, ଚାଷୀଙ୍କ କାଳିଆ ଯୋଜନା ଭଲ କି ବୋଲି ମୁଖ୍ୟମନ୍ତ୍ରୀ ପଚାରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ । ବିଜେଡି ସରକାର ମାଗଣା ବିଜୁଳି ଦେବେ । ଆପଣମାନେ ଖୁସି ତ.. ବୋଲି ନବୀନ ପଚାରିଥିଲେ 

ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବିରୋଧୀ ଦଳ ମିଛ କଥା କହୁଛନ୍ତି । ଆପଣମାନେ ଶଙ୍ଖ ଚିହ୍ନରେ ଭୋଟ୍ ଦିଅନ୍ତୁ ବୋଲି ନବୀନ ଅପିଲ କରିଥିଲେ । ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିତ ବରିଷ୍ଠ ବିଜେଡି ନେତା ଭି.କେ. ପାଣ୍ଡିଆନ, ସମ୍ବଲପୁର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାଶ, ଆଠମଲ୍ଲିକ ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ, ବିଜେଡି ସାଧାରଣ ସମ୍ପାଦକ ଭାଗିରଥି ପ୍ରଧାନ ଆଦି ଉପସ୍ଥିତ ଥିଲେ ।

ଭି.କେ. ପାଣ୍ଡିଆନ ଜନସାଧାରଣଙ୍କୁ ଆଠମଲ୍ଲିକରୁ ବିଧାୟକ ପ୍ରାର୍ଥୀ ନଳିନୀଙ୍କୁ ୬୦ ହଜାର ମାର୍ଜିନ ଭୋଟରେ ଜିତାଇବାକୁ ଅନୁରୋଧ କରିଥିଲେ ।

You Can Read :

କାର୍ଯ୍ୟାଳୟରେ ମହିଳାଙ୍କୁ ହାତୁଡିରେ ଆକ୍ରମଣ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.