ଅଯୋଧ୍ୟାରେ ରାମଲାଲାଙ୍କ ଦିବ୍ୟ ସୂର୍ଯ୍ୟାଭିଷେକ, ପ୍ରଚାର ବେଳେ ଅପୂର୍ବ ଦୃଶ୍ୟ ଦେଖିଲେ ମୋଦି

Published By : Prameya-News7 Bureau | April 17, 2024 IST

ନୂଆଦିଲ୍ଲୀ ୧୭/୦୪: ସାରା ଦେଶରେ ଧୂମ୍‌ଧାମ୍‌ରେ ପାଳନ ହେଉଛି ରାମ ନବମୀ । ସବୁଠି ଉତ୍ସାହର ମାହୋଲ । ଏଭଳି ପରିସ୍ଥିତିରେ ଅଯୋଧ୍ୟାରେ ପ୍ରଥମ ଥର ପାଇଁ ରାମଲାଲାଙ୍କ ସୂର୍ଯ୍ୟାଭିଷେକ କରାଯାଇଥିଲା । ରାମ ଭକ୍ତମାନେ ସାରା ଦେଶରେ ପାଳନ କରିଥିଲେ । ସାରା ବିଶ୍ୱ ଏହି ଏୈତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ । 

ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବା ବାଦ୍ ପଡିଥାନ୍ତେ କିପରି । ଏହି ଅପୂର୍ବ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ ପ୍ରଧାନମନ୍ତ୍ରୀ । ଯଦିଓ ମନ୍ଦିର ଯାଇପାରିନଥିଲେ କିନ୍ତୁ, ଭର୍ଚୁଆଲରେ ସାମିଲ ହୋଇଥିଲେ ମୋଦୀ । କାରଣ ନିର୍ବାଚନ ପ୍ରଚାର ପାଇଁ ଆସାମ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । 

ଏହି ଅବସରରେ ସେ ସାଧାରଣ ସଭା ପରେ ହେଲିକପ୍ଟରରେ ଯାତ୍ରା କରୁଥିବାବେଳେ ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟ ଅଭିଷେକଙ୍କ ଅପୂର୍ବ ଦୃଶ୍ୟ ଦେଖିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ଆସାମର ନାଲବାରୀରେ ଅଛନ୍ତି। ସେ ସେଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । କିନ୍ତୁ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ସେ ନିଜେ ହେଲିକପ୍ଟରରେ ଅପୂର୍ବ ମୁହୂର୍ତ୍ତର ମୁକସାକ୍ଷୀ ହୋଇଥିଲେ । 


ନିଜ X ହ୍ୟାଣ୍ଡେଲରେ ଲେଖିଛନ୍ତି ଅଯୋଧ୍ୟାରେ ରାମଲାଲାଙ୍କ ସୂର୍ଯ୍ୟ ତିଲକଙ୍କର ଅଦ୍ଭୁତ ତଥା ଅନନ୍ୟ ମୁହୂର୍ତ୍ତ ଦେଖିବାର ସୌଭାଗ୍ୟ ପାଇଲି । ସେ କହିଛନ୍ତି ଯେ ଶ୍ରୀ ରାମ ଜନ୍ମଭୂମିର ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ମୁହୂର୍ତ୍ତ ଅଟେ । ଏହି ସୂର୍ଯ୍ୟ ତିଲକ ନିଜର ଐଶ୍ୱରୀୟ ଶକ୍ତି ସହିତ ଏହି ଉପାୟରେ ବିକଶିତ ଭାରତର ପ୍ରତ୍ୟେକ ସଂକଳ୍ପକୁ ଆଲୋକିତ କରିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.