'ଆଇସିସି ଅଫିସରେ ପକାଇଦେବୁ ବୋମା'...ଜୟ ଶାହ ଏବଂ ସୂର୍ଯ୍ୟ କୁମାରଙ୍କୁ ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର

NEWS7
matric-question-paper-viral

ନୂଆଦିଲ୍ଲୀ,|୦୨ :ଜୟ ଶାହଙ୍କୁ ଧମକ । ଧମକ ଦେଲେ ପାକିସ୍ତାନୀ ୟୁଟ୍ୟୁବର । ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ୱକପକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ପାକ୍ ର ଜଣେ ୟୁଟ୍ୟୁବର ବଡ କଥା କହିଛନ୍ତି । ସେ ଖୁଲମଖୁଲା ଆଇସିସିକୁ ଚେତାବନୀ ଦେଇଛନ୍ତି । ଏହି ୟୁଟ୍ୟୁବର ଜଣଙ୍କ ହେଲେ ଅର୍ଶଲାନ ନସିର୍ । ୧୫ ମିନିଟର ଏକ ଭିଡିରେ ସେ ଏମିତି କିଛି କହିଛନ୍ତି ଯାହା ଭାରତୀୟ ଫ୍ୟାନ୍ସଙ୍କୁ ଉତ୍ତେଜିତ କରିଛି ।

ଭିଡିଓରେ ନସିର କହିଛନ୍ତି ଯେ, ଆଇସିସିର କାର୍ଯ୍ୟାଳୟ ଦୁବାଇରେ ରହିଛି । ଯେଉଁଥିପାଇଁ ଏହା ନିରାପଦ ଅଛି । ନହଲେ ଲୋକେ ହାତ ଉଠାଇବାକୁ ବିଳମ୍ବ କରିନଥାନ୍ତେ । ଭାରତରେ ଏହା ଥିଲେ ପାକିସ୍ତାନୀମାନେ ଏହା ଉପରେ ବୋମା ପକାଇ ଦେଇଥାନ୍ତେ । ଆଖପାଖ ଅଞ୍ଚଳରେ ମଧ୍ୟ ବୋମାମାଡ କରି ଉଡାଇ ଦିଆଯାଇଥାନ୍ତା । ଏହାସହ ସେ ବିସିସିଆଇକୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଅଧିନାୟକ ସୂର୍ଯ୍ୟ କୁମାର ଯାଦବ ଏବଂ ଆଇସିସି ମୁଖ୍ୟ ଜୟ ଶାହଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରୟୋଗ କରିଛନ୍ତି ।

 

ଆହୁରି ମଧ୍ୟ ଭିଡିଓରେ ସେ ଏସିଆ କପରେ ହ୍ୟାଣ୍ଡସେକ୍ ବିବାଦ କଥା ଉଠାଇଛନ୍ତି । ଏଥିରେ ଭାରତ ପାକିସ୍ତାନୀ ଖେଳାଳିଙ୍କ ସହ କରମର୍ଦ୍ଦନ କରିନଥିଲା । ପହଲଗାମରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ୨୬ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପ୍ରସଙ୍ଗରେ ଭାରତ ଏପରି ନିଷ୍ପତ୍ତି ନେଇଥିଲା । ଅପରେସନ ସିନ୍ଦୂରକୁ ମଧ୍ୟ ଦଳ ସମର୍ଥନ କରିଥିଲା ।

ସୂଚନାଯୋଗ୍ୟ, ଭାରତ ସହ ଟି୨୦ ମୁକାବିଲା ଖେଳିବନି ବୋଲି ମନା କରିଛି ପାକିସ୍ତାନ । ଟି୨୦ ବିଶ୍ୱକପରେ ସାମିଲ ହେବ ଟିମ୍ । କିନ୍ତୁ ଟିମ୍ ଇଣ୍ଡିଆ ସହ ହେବନି ଫାଇଟ୍ । ଇସଲାମାବାଦର ଏପରି କିଛି ଘୋଷଣା ପରେ ଚିନ୍ତାରେ ପାକିସ୍ତାନ ଏବଂ ଭାରତର ଫ୍ୟାନ୍ସ । ଆଇସିସି ମଧ୍ୟ ବ୍ୟବସାୟ କ୍ଷତି ସହିବା ନେଇ ଆଶଙ୍କାରେ ରହିଛି । ପିସିବିକୁ ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଏହି ଖବରଟି ପଢନ୍ତୁ...

ଭାରତ ରାଜନୀତି କରୁଛି...'ବୟକଟ ଟିମ୍ ଇଣ୍ଡିଆ'ର କାରଣ କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଏହାପୂର୍ବରୁ ବାଂଲାଦେଶ ଟି୨୦ ବିଶ୍ୱକପ୍ ଖେଳିବନି ବୋଲି କହିଥିଲା । ସୁରକ୍ଷା କରାଣ ଦର୍ଶାଇ ସେ ଭାରତ ଆସିବାକୁ ମନା କରିଦେଇଥିଲା । ତା ଜାଗାରେ ସ୍କଟଲ୍ୟାଣ୍ଡକୁ ଟୁର୍ଣ୍ଣାମେଣ୍ଟରେ ସ୍ଥାନ ମିଳିଛି ।