ବାଣ ବିସ୍ଫୋରଣରେ ଥରିଲା ପୁରୁଣାକଟକ ଅଞ୍ଚଳ, ପୂରା ପରିବେଶ ଧୂଆଁମୟ ; ବ୍ୟବସାୟୀ ଗିରଫ ସୂଚନା

NEWS7
lpg-gas-cylinder-price-for-the-month-of-aug

ବୌଦ୍ଧ ୨୧।୨: ପୁଣି ବାଣ ବିସ୍ଫୋରଣରେ ଥରିଲା ପୁରୁଣାକଟକ ଅଞ୍ଚଳ । ଏଥର ବାଣ ବ୍ୟବସାୟୀଙ୍କ ଘରେ ବାଣ ବିସ୍ଫୋରଣ । ବାଣ ବ୍ୟବସାୟୀ ଆଲୋକ ଦତ୍ତ କାନ୍ତିଙ୍କ ଘରେ ବିସ୍ଫୋରଣ ହୋଇଛି । ଘର ପଛପଟରେ ଏକ ଘରେ ମହଜୁଦ ଥିବା ବାଣରେ ହଠାତ୍ ନିଆଁ ଲାଗି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁଲିଭା କାର୍ଯ୍ୟ ଜାରି ରହିଥିବା ବେଳେ ବାଣ ବିସ୍ଫୋରଣରେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ତେବେ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାନ୍ତିଙ୍କୁ ପୁରୁଣା କଟକ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ଏ ଖବର ବି ପଢ଼ନ୍ତୁ:- ୪୨ରୁ ୨୨ ବିଭାଗର ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ସରକାର, ଆମେ କ’ଣ ବିକାଶ ଆଉ ଆଶା କରିବୁ ?

ତେବେ ପୂର୍ବରୁ ସେପ୍ଟେମ୍ବର ମାସରେ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାନ୍ତିଙ୍କ ପୁରୁଣାକଟକ ଜିଆକଟା ସ୍ଥିତ ବେଆଇନ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିଲା । ସେହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ସେହି ସମୟରେ ମୁଖ୍ୟ ଅଭିଯୁକ୍ତ ବାଣ ବ୍ୟବସାୟୀ ଆଲୋକ ଦତ୍ତ କାନ୍ତିଙ୍କୁ ଗିରଫ କରିବା ସହ ତାଙ୍କର ବିଭିନ୍ନ ଠିକଣାରେ ପୋଲିସ ଚଢ଼ାଉ କରି ଟ୍ରକ୍ ଟ୍ରକ୍ ବାଣ ଜବତ କରିଥିଲା ଏବଂ ଏଥିସହିତ ବ୍ୟବସାୟୀଙ୍କ ଘରେ ଥିବା ସମସ୍ତ ବେଆଇନ ଗଚ୍ଛିତ ବାଣକୁ ଜବତ କରିଥିଲା ପୋଲିସ । ତେବେ ମାତ୍ର ୪ ମାସ ମଧ୍ୟରେ ବାଣ ବ୍ୟବସାୟୀ କିଭଳି ଭାବେ ଜେଲ୍ରୁ ବାହାରି ପୁଣି ଥରେ ଏହି ବେଆଇନ ବାଣ ବ୍ୟବସାୟ କରୁଥିଲେ ତାକୁ ନେଇ ଏବେ ପ୍ରଶ୍ନ ଉଠିଥିବା ବେଳେ ବିନା ଲାଇସେନ୍ସରେ କିଭଳି ଭାବେ ସେ ପୁଣି ନିଜ ଘରେ ବାଣ ଗଚ୍ଛିତ ରଖିଥିଲେ ଏବଂ କିଭଳି ପୁରୁଣା କଟକ ପୋଲିସ ଏହା ଜାଣି ପାରିଲାନି ନା ପୋଲିସ ସବୁ ଜାଣିଶୁଣି ଚୁପ୍ ରହିଥିଲା ଯାହାଦ୍ୱାରା କି ଏହି ବ୍ୟବସାୟୀ ଜଣକ ଖୁଲମଖୁଲା ପୁଣି ବ୍ୟବସାୟୀ ଆରମ୍ଭ କରିଥିଲେ ଏ ସବୁକୁ ତଦନ୍ତ କରିବାର ଆବଶ୍ୟକତା ରହିଛି ।