ଭାରତରୁ ପାକିସ୍ତାନକୁ ଆସିଲା ଘରର ପୁରୁଣା କବାଟ, ଖୁସିରେ ଝୁମି ଉଠିଲେ ପ୍ରଫେସର

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ ୧୬/୦୪: ୧୯୪୭ରେ ଯେତେବେଳେ ଭାରତ ବିଭାଜିତ ହେଲା, ସେତେବେଳେ ଅନେକ ଲୋକ ହରାଇଥିଲେ ସବୁକିଛି । ଅନେକ ହୋଇଥିଲେ ବେସାହାରା । କିଏ ପରିବାର ହରାଇଥିଲା ତ ଆଉ ହରାଇଥିଲା ଘର ଦ୍ୱାର । ଭାରତରେ ରହୁଥିବା ଅନେକ ଲୋକ ପାକିସ୍ତାନରେ ଛାଡି ଆସିଥିଲେ ନିଜ ଘର । 

ଆଉ ଯେଉଁମାନେ ପାକିସ୍ତାନ ଯାଇଥିଲେ ସେମାନେ ଭାରତରେ ନିଜ ଘର ଛାଡିଥିଲେ । ଲାହୋରର ବାସିନ୍ଦା ପ୍ରଫେସର ଅମିନ ଚୌହାନଙ୍କ ସହ ଘଟିଥିଲା ସମାନ ଘଟଣା । ତାଙ୍କର ପୁରୁଣା ଘର ଭାରତରେ ଅଛି । କିନ୍ତୁ ଏବେ ଦୀର୍ଘ ବର୍ଷ ପରେ ତାଙ୍କ ନିକଟରେ ପହଞ୍ଚିଛି ଅତୀତର ଗୋଟିଏ ଅଂଶ । ଯାହାକୁ ଦେଖିବା ପରେ ଆଖିରେ ଆସିଯାଇଥିଲା ଖୁସିର ଲୁହ । 

କାରଣ ଲାହୋରରେ ରହୁଥିବା ପ୍ରଫେସରଙ୍କ ପାଖକୁ ଆସିଥିଲା ତାଙ୍କ ଘରର କବାଟ । ଯାହା ଆସିଥିଲା ମୁମ୍ବାଇରୁ । ଆଉ ଏହାକୁ ପଠାଇଥିଲେ ତାଙ୍କର ଜମେ ଘନିଷ୍ଠ ବନ୍ଧୁ । ଖବର ଅନୁଯାୟୀ ପଞ୍ଜାବର ବାଟାଲା ମୁମ୍ୱାଇ ଆସିଛି ଘରର କବାଟ । କବାଟଟା ଦୁବାଇ ଦେଇ କରାଚି ଲାହୋରରେ ପହଞ୍ଚିଥିଲା । ପରେ ପ୍ରଫେସର ଅମିନ ଚୌହାନ ଏହାକୁ ପାଇଥିଲେ । 



ଯାହାକୁ ଭାରତରେ ରହୁଥିବା ତାଙ୍କ ବନ୍ଧୁ ପଲବିନ୍ଦର ସିଂ ଉପହାର ସ୍ୱରୂପ ପଠାଇଥିଲେ । ସେମାନଙ୍କ ପାଇଁ ଏହା କେବଳ ଏକ ଦ୍ୱାର ନୁହେଁ ସ୍ମୃତି ଏବଂ ଇତିହାସ । ଅମିନ ଚୌହାନଙ୍କ ପିତାଙ୍କ ଘର ବାଟାଲାର ଘୋମାନ ପିଣ୍ଡରେ ଥିଲା । ସେମାନେ କବାଟରେ ପହଞ୍ଚିବା ପରେ କେହି କେହି ଏହାର ଭିଡିଓ ପ୍ରସ୍ତୁତ କରିଥିଲେ । ଯାହା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । 

କ୍ୟାପସନରେ ଆହୁରି ଲେଖା ଅଛି, 'ପ୍ରଫେସର ଏହି ପୁରୁଣା ଦ୍ୱାର ଦେଖିବା ମାତ୍ରେ ସେ କାନ୍ଦି ପକାଇଥିଲେ । ଏହି ଦ୍ୱାରର ଅର୍ଥ ଏବଂ ଏହା ସହିତ ଜଡିତ ସ୍ମୃତି ଦ୍ୱାରା ସେ ଗଭୀର ଭାବରେ ପ୍ରଭାବିତ ହୋଇଥିଲେ । 'ଯଦିଓ ୧୯୪୭ର ବିଭାଜନ ହୁଏତ ଜମି ଭାଗ କରିଥାଇପାରେ, ଏହା ପଞ୍ଜାବର ହୃଦୟକୁ ପୃଥକ କରିପାରି ନାହିଁ । ଯେଉଁମାନେ ଅଂଶୀଦାର ଐତିହ୍ୟ ଏବଂ ବନ୍ଧୁତା ମାଧ୍ୟମରେ ସଂଯୁକ୍ତ ଅଟନ୍ତି । 

ସେପଟେ ଭିଡିଓଟି ସେୟାର ହେବା ପରେ ଲୋକମାନେ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ସେମାନେ ଏହାକୁ ପସନ୍ଦ ଏବଂ ସେୟାର କରୁଛନ୍ତି । ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ମତାମତ ଦୋଇ କହିଛନ୍ତି ତାଙ୍କ ପାଇଁ କି ଭାବପ୍ରବଣ ମୁହୂର୍ତ୍ତ । ମନୁଷ୍ୟର ଆତ୍ମା ସବୁକିଛି ଜୟ କରେ । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ମାନବିକତା, ବନ୍ଧୁତା ଏବଂ ପ୍ରେମ ସର୍ବୋତ୍ତମ । ଆଶ୍ଚର୍ଯ୍ୟଜନକ ଅନୁଭବ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.