ଆଠଗଡ ଅଞ୍ଚଳରେ ବିଶ୍ବର ବିରଳ ପକ୍ଷୀ : ଦେଲେଣି ୮୨ ଅଣ୍ଡା, ବାହାରିଲେଣି ୩୫ ଛୁଆ

Published By : Prameya-News7 Bureau | May 04, 2024 IST

ଆଠଗଡ ୪।୫: ଆଠଗଡ ଅଞ୍ଚଳରେ ଏବେ ବିଶ୍ବର ବିରଳ ପ୍ରଜାତିର ପକ୍ଷୀ l ମହାନଦୀ ଅବବାହିକାରେ ଅଣ୍ଡା ଦେଲେ ବିଶ୍ବର ବିରଳ ପ୍ରଜାତିର ପକ୍ଷୀ ଇଣ୍ଡିଆନ ସ୍କିମର ବା ପାଣିଚିରି । ସାଧାରଣତଃ ବିଶ୍ଵର ତିନୋଟି ସ୍ଥାନର ଭାରତ, ପାକିସ୍ତାନ, ମିଆଁମାର ଦେଶରେ ଦେଖାଯାଆନ୍ତି ଏହି ପକ୍ଷୀ । ଭାରତର ମଧ୍ୟପ୍ରଦେଶ ର ଚମ୍ବଲ୍ ଅଞ୍ଚଳ ସହ ଓଡ଼ିଶାର ମହାନଦୀ ଅବବାହିକାରେ ସାତକୋଶିଆ, ମୁଣ୍ଡଳୀ ଏବଂ ଖୁଣ୍ଟୁଣୀ ବନାଞ୍ଚଳର ବ୍ରହ୍ମପୁର ଅଞ୍ଚଲରେ ଏହା ବଂଶ ବିସ୍ତାର କରିଥାନ୍ତି । 

ଏହି ଅଞ୍ଚଳରେ ମୋଟ୍ ୧୬୫ଟି ବିରଳ ପ୍ରଜାତିର ପାଣିଚିରି ପକ୍ଷୀ ଆସିବା ସହିତ ଆଜିପର୍ଯ୍ୟନ୍ତ ୮୨ଟି ଅଣ୍ଡା ଦେଇଛନ୍ତି । ସେଥିମଧ୍ୟରୁ ୩୫ଟି ଛୁଆ ଦେଇଥିବା ଆଠଗଡ଼ ଏସିଏଫ୍ ଡ଼ଃ ବିଶ୍ଵାଳ ଚିଚିଲିଚି ସୂଚନା ଦେଇଛନ୍ତି । 

ଏବେ ବନବିଭାଗ ପକ୍ଷରୁ ସେମାନଙ୍କର ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଦିଆଯାଇଥିବା ବେଳେ ଅଣ୍ଡା ଦେଉଥିବା ଅଞ୍ଚଳକୁ ସାଧାରଣ ଲୋକଙ୍କ ସହ ମତ୍ସ୍ୟଜୀବୀ ମାନଙ୍କୁ ମନା କରାଯାଇଛି ।  ଏକ ସାମ୍ବାଦିକ ସମ୍ମିଳନୀରେ ଏସିଏଫ୍ ବିଶ୍ବାଳ ଚିଚିଲିଚିଙ୍କ ସହ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଏହି ସୂଚନା ଦେବା ସହ ଏହି ଅଞ୍ଚଳକୁ ସୁରକ୍ଷା ବଳୟ ଭିତରେ ରଖିବା ସହ ଆମ ଅଞ୍ଚଳକୁ ଆସିଥିବା ଅତିଥି ପକ୍ଷୀଙ୍କୁ ସୁରକ୍ଷା ଦେବା ପାଇଁ ବନ ବିଭାଗ ପକ୍ଷରୁ ନିବେଦନ କରିଛନ୍ତି ।

You Can Read :

ଖାଇବାକୁ ଦେବାରେ ବିଳମ୍ବ କଲେ ମା’, ମାଡ଼ ମାରିବା ପରେ ତଣ୍ଟିଚିପି ହତ୍ୟା କଲା ମଦ୍ୟପ ପୁଅ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.