ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା, ୨୩ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା !

Published By : Prameya-News7 Bureau | May 18, 2024 IST

ଭୁବନେଶ୍ବର ୧୮।୫: ଦାନା ବାନ୍ଧୁଛି ଲଘୁଚାପ । ହଟିବ ହିଟ୍ ୱେଭ୍ ୱାର୍ଣ୍ଣିଂ । ପାଗରେ ହେବ ପରିବର୍ତ୍ତନ ।

ଆସନ୍ତା ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତି କରିବାର ସମ୍ଭାବନା ରହିଛି । କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ ୨୪ ତାରିଖ ବେଳକୁ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି l ୨୪ ତାରିଖରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ୨୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।

ସେପଟେ ପାଣିପାଗ ବିଶେଷଜ୍ଞ ଶରତ ସାହୁ କହିଛନ୍ତି, ତାମିଲନାଡ଼ୁରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ନିଜର ଦିଗ ବଦଳାଉଛି । ଉତ୍ତର ଉତ୍ତର ଉପକୂଳ ମୁହାଁ ହେଉଛି ଏହି ଘୂର୍ଣ୍ଣିବଳୟ । ଯଦି ଏହା ଉପକୂଳ ଦେଇ ଆସିବ ତେବେ ଓଡ଼ିଶାରେ ୨୩ ତାରିଖ ରାତିରୁ ଦକ୍ଷିଣ ଓଡ଼ିଶାରେ ଲଘୁଚାପ ବର୍ଷା ଆରମ୍ଭ ହୋଇଯିବ । ପ୍ରାଥମିକ ସୂଚନା ଅନୁସାରେ ଏହା ପ୍ରଭାବରେ ରାଜ୍ୟରେ ହିଟ୍ ୱେଭ୍ ସ୍ଥିତି କମିବ । ଆଭ୍ୟନ୍ତରୀଣ ଜିଲ୍ଲାରେ ତାତି ରହିବ କିନ୍ତୁ ଉପକୂଳରେ କେବଳ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

You Can Read :

ବିଜେଡିକୁ ଫେରି ବେଶ୍ ଖୁସି ରାଜେନ୍ଦ୍ର ଦାସ, ସେପଟେ ଘର ବାହୁଡାରେ କର୍ମୀ ବି ଉତ୍ସାହିତ

  • Weather
  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.