ମୁନିଗୁଡାରେ ବୁଲୁଛନ୍ତି ୨୨ଟି ହାତୀ,କଡା ନଜର ରଖିଛି ବନ ବିଭାଗ

Published By : Prameya-News7 Bureau | May 18, 2024 IST

ରାୟଗଡା ୧୮/୫: ଜନବସତି ମୁହାଁ ୨୨ ଟିକିଆ ହାତୀପଲ । ଭୟଭୀତ ଲୋକେ, କଡା ନଜର ରଖିଛି ବନ ବିଭାଗ । ମୁନିଗୁଡା ରେଞ୍ଜ ଅମ୍ବାଦଳା ଓ ଇଚ୍ଛାପୁର ପଞ୍ଚାୟତ ପୁରୁଣାପାଣି,ମାଳିଗା, ଡେଡିଙ୍ଗସୁରୁ,ବାମନଦେଓ ଓ କାର୍କାମାର୍କା ଅଞ୍ଚଳରେ ହାତୀ ଆତଙ୍କ । ବୁଲୁଛନ୍ତି ୨୨ଟିକିଆ ହାତୀପଲ । ହାତୀପଲରେ ୨ଟି ଦନ୍ତା,୧୩ଟି ମାଈ ହାତୀ ଓ ୭ଟି ହାତୀ ଛୁଆ ଅଛନ୍ତି ।

ଜଙ୍ଗଲରେ ବୁଲି ବୁଲି ହାତୀପଲ ଆମ୍ବ ଖାଉଥିବା ଦେଖିବାକୁ ମିଳିଛି ।  ୬ ଦିନ ହେବ ହାତୀ ପଲ କଳାହାଣ୍ଡି ଜଙ୍ଗଲରୁ ଆସି ରାୟଗଡାରେ ଡେରା ପକାଇଛନ୍ତି । ଏବେ ସୁଦ୍ଧା ହାତୀ ପଲ କାହାରି କ୍ଷତି କରିନଥିଲେ ବି ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।  ବନବିଭାଗ ହାତୀ ଉପରେ କଡା ନଜର ରଖିବା ସହ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି । 

You Can Read : ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସମ୍ଭାବନା, ୨୩ରୁ ଦକ୍ଷିଣ ଓଡ଼ିଶାରେ ବର୍ଷା !

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.