ଖଲ୍ଲିକୋଟ ନିର୍ବାଚନୀ ହିଂସା : ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ୪ ଜଣିଆ ଏସ୍ଆଇଟି

Published By : Prameya-News7 Bureau | May 18, 2024 IST

ଛତ୍ରପୁର ୧୮।୫: ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ କରାଯାଇଛି l ଦକ୍ଷିଣାଞ୍ଚଳ ମହା ନିର୍ଦ୍ଦେଶକ ଜୟ ନାରାୟଣ ପଙ୍କଜ ଏହି ଟିମକୁ ତଦାରଖ କରିବେ ବୋଲି ଅତିରିକ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ ଆର.କେ. ଶର୍ମା ଗଞ୍ଜାମ ଏସପିଙ୍କ କାର୍ଯ୍ୟାଳୟରେ ସୂଚନା ଦେଇଛନ୍ତି l ଡ଼ିଏସପିଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏହି ଏସଆଇଟିରେ ୪ ଜଣ ଅଧିକାରୀ ଖଲ୍ଲିକୋଟ ହିଂସାର ପ୍ରତ୍ୟେକ ଦିଗକୁ ନେଇ ତଦନ୍ତ ଜାରି ରଖିଛନ୍ତି l ଘଟଣାରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଯେଉଁମାନେ ବି ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅତିରିକ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ ଆର.କେ. ଶର୍ମା ସୂଚନା ଦେଇଛନ୍ତି l 

ଅନ୍ୟପଟେ ହିଂସା ଘଟିଥିବା ଖଲ୍ଲିକୋଟ ନିର୍ବାଚନ ମଣ୍ଡଳିର ଶ୍ରୀକୃଷ୍ଣଶରଣପୁର ଗ୍ରାମରେ କରାଯାଇଥିବା ସମସ୍ତ ବୁଥ୍‌କୁ ଅତି ସମ୍ବେଦଶୀଳ ବୁଥ୍ କରାଯାଇଛି ଏବଂ ପ୍ରାୟ ବୁଥ୍‌କୁ ୱେବ କାଷ୍ଟିଂ ବ୍ୟବସ୍ଥା ହୋଇଛି l 

ସେହିପରି ୧୦ଟି ବୁଥ୍ ବ୍ୟବଧାନରେ କଡା ପାଟ୍ରୋଲିଂ କରିବା ଲାଗି ପୋଲିସ ପକ୍ଷରୁ ମୋବାଇଲ ପାର୍ଟିଙ୍କୁ ନିୟୋଜିତ କରାଯାଇଥିବା ସୂଚନା ମିଳିଛି l ପ୍ରଚାରର ଶେଷ ଦିନ ପରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଥିବା ସୂଚନା ମିଳିଛି । ଗଞ୍ଜାମ ଆରକ୍ଷୀ କାର୍ଯ୍ୟାଳୟରେ  ଅତିରିକ୍ତ ଆରକ୍ଷୀ ମହା ନିର୍ଦ୍ଦେଶକ, ଦକ୍ଷିଣାଞ୍ଚଳ ଆଇଜି, ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସ୍‌ପିଙ୍କ ସହ ଆଲୋଚନା ଜାରି ରହିଛି ।

You Can Read :

ସମ୍ବେଦନଶୀଳ ବୁଥ୍ ଜଗିବେ କେନ୍ଦ୍ରୀୟ ସୁରକ୍ଷା ବଳ, ୬୦% ବୁଥ୍‌ରେ ଲାଇଭ ଷ୍ଟ୍ରିମିଙ୍ଗ : ସିଇଓ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.