ନିର୍ବାଚନ ପ୍ରସ୍ତୁତି, କମିଶନରେଟ୍‌ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

Published By : Prameya-News7 Bureau | May 18, 2024 IST

ଭୁବନେଶ୍ୱର ୧୮।୦୫ : କମିଶନରେଟ୍‌ ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ । ସବୁ ଥାନା ଆଇଆଇସିଙ୍କୁ ଡିସିପିଙ୍କ କଡ଼ା ନିର୍ଦ୍ଦେଶ । ହିଂସା ସୃଷ୍ଟି କରୁଥିବା ଲୋକଙ୍କୁ ତୁରନ୍ତ ବାନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଖବର ଅନୁଯାୟୀ, ସୋମବାର ଦିନ ରାଜ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଏହାପୂର୍ବରୁ ନିର୍ବାଚନକୁ ନେଇ କମିଶନରେଟ୍ ପୋଲିସର ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ପ୍ରଥମ ପର୍ଯ୍ୟାୟରେ ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ପୋଲିସ ଡ଼ିଜିଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରିବା ପାଇଁ ସମସ୍ତ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି । 

ସେପଟେ ଭୁବନେଶ୍ୱରରେ ଆସନ୍ତା ୨୫ ତାରିଖରେ ନିର୍ବାଚନ ହେବାକୁ ଥିବା ବେଳେ ଏବେ ଠାରୁ ଗଳିକନ୍ଦିରେ କଡା ଚେକିଂ କରିବା ପାଇଁ ସବୁ ଥାନାକୁ ନିର୍ଦ୍ଦେଶ ଦେଲେ ଡିସିପି । ରାଜଧାନୀକୁ ଭିଭିଆଇପି ଗସ୍ତ ନେଇ କଡା ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି ଡିସିପି । ରବିବାର ଦିନ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଡିସିପି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.