ଚୌଦାର ଜେଲ୍‌ରୁ ଚମ୍ପଟ କଏଦୀ ମଥୁରାରୁ ଗିରଫ, ଗେଷ୍ଟ ହାଉସରେ ନାଁ ବଦଳାଇ କରୁଥିଲା କାମ

NEWS7
health-director-warned-for-omicron

ଭୁବନେଶ୍ଵର: ଚୌଦ୍ଵାର ଜେଲରୁ କଏଦୀ ଫେରାର ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଫେରାର ଆସାମୀ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶରୁ ଗିରଫ କରିଛି କମିଶନରେଟ ପୋଲିସ। ବୃନ୍ଦାବନର ମଥୁରାରୁ ତାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଏକ ଗେଷ୍ଟ ହାଉସରେ କାମ କରୁଥିଲା ମଧୁକାନ୍ତ । ଶନିବାର ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛନ୍ତି ପୋଲିସ କମିଶନର ଦେବଦତ୍ତ ସିଂ।

ସିପି କହିଛନ୍ତି, ୨୪ ବର୍ଷୀୟ ମଧୁକାନ୍ତ ଏଠାରେ ନିଜର ନାଁ ବଦଳାଇ ବାସୁ ପାଣ୍ଡେ ବୋଲି କହିଥିଲା । ମଧୁକାନ୍ତ ତାର ସହଯୋଗୀ ରାଜା ସାହାଣୀ ସହିତ ଚୌଦ୍ବାର ଜେଲ ପାଚେରୀ ଡେଇଁ ଗତ ଅକ୍ଟୋବର ୨ ତାରିଖ ରାତିରେ ଫେରାର ହୋଇଯାଇଥିଲା । ମଧୁକାନ୍ତ ଓ ତାର ସହଯୋଗୀକୁ ଧରାଇଦେଲେ ୫୦ ହଜାର ଟଙ୍କା ପୁରସ୍କାର ଘୋଷଣା କରିଥିଲା କମିସନରେଟ ପୋଲିସ । ସେତେବେଳେ ଅଭିଯୁକ୍ତ ମାନେ ଜେଲରୁ ଖସିବା ପାଇଁ ଲୁହା ରଡ, କମ୍ବଳ ଓ ରଶି ବ୍ୟବହାର କରିଥିଲେ ।

୨୦୨୪ ଜାନୁଆରୀ ୪ ତାରିଖରେ ଯାଜପୁର ଜିଲା ପାଣିକୋଇଲି ଠାରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଲୁଟପାଟ ପାଇଁ ଦୁଇ ଜଣଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ସେତେବେଳେ ସାଧାରଣ ଲୋକେ ଅଭିଯୁକ୍ତ ମଧୁକାନ୍ତ ରାଣା ଓ ରାଜା ସାହାଣୀକୁ ଘଟଣାସ୍ଥଳରୁ ଧରି ପୋଲିସର ଜିମା ଦେଇଥିଲେ । ଅନ୍ୟ ଦୁଇ ଅଭିଯୁକ୍ତ ବିକାଶ ରାୟ ଓ ଅନ୍ୟଜଣେ ଅଭିଯୁକ୍ତ ରଞ୍ଜିତ ଚୌଧୁରୀକୁ ପୋଲିସ ପରବର୍ତ୍ତୀ ସମୟରେ ଗିରଫ କରି ଜେଲ ପଠାଇ ଥିଲେ।ମଧୁକାନ୍ତ ରାଣା ନାଁରେ ଅନେକ ରାଜ୍ୟରେ ଚୋରି ଓ ଲୁଟପାଟର ଖବର ରହିଛି। ତାର ନିଜ ଘର ବିହାର ରାଜ୍ୟ ସାରନ ଜିଲ୍ଲାର ନାଗର ଥାନା ଅନ୍ତର୍ଗତ ରାମପୁର ଜିଲ୍ଲାର।