LIVE TV

୧୦% କମିଶନ ଖାଇ ଔଷଧ ଲେଖୁଥିଲେ ଡାକ୍ତର: ଯାଇଛି ଏକାଧିକ ଶିଶୁ ମୃତ୍ୟୁ, ଜାମିନ ଦେଲେ ନାହିଁ କୋର୍ଟ

NEWS7
hanging-dead-body-seized-from-bolangir

ନୂଆଦିଲ୍ଲୀ: ଭାରତରେ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ। ବଡ଼ ବିଶ୍ୱାସ ରଖି ରୋଗୀ ଟି ଡାକ୍ତର ପାଖକୁ ଯାଏ। ଔଷଧ ଲେଖିବା ପୂର୍ବରୁ ଡାକ୍ତରଙ୍କ କଥାରେ ତା ରୋଗ ଭଲ ହୋଇଯାଏ। ଡାକ୍ତରଙ୍କୁ ନେଇ ଏଭଳି ବିଶ୍ୱାସ ରହୁଥିବା ବେଳେ ସେହି ଡାକ୍ତର ଯଦି କେଇଟା ଟଙ୍କା ପାଇଁ ରୋଗୀକୁ ଭୁଲ ଔଷଧ ଲେଖି ମାରିଦିଏ ତେବେ ?

ମଧ୍ୟପ୍ରଦେଶ କୋଲଡ୍ରିଫ କଫ ସିରଫ ମୃତ୍ୟୁ ଘଟଣାରେ ଶିଶୁ ଡାକ୍ତର ପ୍ରବୀଣ ସୋନୀ ଏଭଳି ଘୃଣ୍ୟ କାମ କରିଛନ୍ତି ବୋଲି ପୁଲିସ କହିଛି। ପ୍ରବୀଣ କମ୍ପାନୀ ଠାରୁ ୧୦% କମିଶନ ରଖି ସେ ରୋଗୀଙ୍କୁ କଫ ସିରଫ ଖାଇବାକୁ ଲେଖୁଥିଲେ। ଏକଥା ସେ ନିଜେ ସ୍ୱୀକାର କରିଛନ୍ତି ବୋଲି ମଧ୍ୟପ୍ରଦେଶ ପୁଲିସ କହିଛି। ମାମଲା ଗମ୍ଭୀର ଥିବାରୁ ପ୍ରବୀଣଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ମଧ୍ୟପ୍ରଦେଶର ଜିଲ୍ଲା କୋର୍ଟ।

ପୋଲିସର କହିବା ଅନୁଯାୟୀ, ଡାକ୍ତର ସୋନି ଏବଂ ଅନ୍ୟ କେତେକ ଡାକ୍ତର ସିରପ୍ ଖାଇବା ଦ୍ୱାରା ପିଲାମାନଙ୍କର ପରିସ୍ରା ନ ହେବା ଓ କିଡନୀ ସମ୍ବନ୍ଧୀୟ ସମସ୍ୟାରେ ହେଉଥିବା ଜାଣିବା ପରେ ବି ସିରପ୍ ଲେଖିବା ଜାରି ରଖିଥିଲେ। ଏହା ଏବେ ବି ଜାରି ରହିଛି ବୋଲି ପୁଲିସ କୋର୍ଟକୁ କହିଥିଲେ

ପୋଲିସ କହିଛି ଯେ ପଚରାଉଚରା ସମୟରେ ଡାକ୍ତର ଜଣକ ଔଷଧର ପ୍ରଚାର ପାଇଁ କମ୍ପାନୀରୁ 10% ରିହାତି ନେଇଥିବା ସ୍ୱୀକାର କରିଛନ୍ତି। ତେବେ କୋଲଡ୍ରିଫ୍ ଔଷଧ ଖାଇବା ଦ୍ୱାରା ଅତି କମରେ ଜଣ ପିଲାଙ୍କ ମୃତ୍ୟୁ ହୋଇଛି ଅନ୍ୟ ଜଣ ନାଗପୁରର ଏକ ହସ୍ପିଟାଲରେ କିଡନୀ ଫେଲ୍ୟୁଅର ପାଇଁ ଚିକିତ୍ସାଧୀନ ଅଛନ୍ତି ବୋଲି କୋର୍ଟକୁ ଅବଗତ କରାଯାଇଥିଲା

ତଦନ୍ତରୁ ଜଣାପଡିଛି ଯେ ଡାକ୍ତର ସୋନି ୨୪ ଅଗଷ୍ଟରୁ ଅକ୍ଟୋବର ମଧ୍ୟରେ ବର୍ଷରୁ କମ୍ ବୟସର ଅନେକ ପିଲାଙ୍କୁ ଏହି ଔଷଧ ଲେଖିଥିଲେଯଦିଓ ଜାଣିଥିଲେ ଯେ ଏହା ଏତେ କମ୍ ବୟସର ରୋଗୀଙ୍କ ପାଇଁ ସୁପାରିଶ କରାଯା ନାହିଁ। ପୋଲିସ ରେକର୍ଡ ଦର୍ଶାଉଛି ଯେ ପ୍ରଥମ ଶିଶୁ ମୃତ୍ୟୁ ୨୯ ଅଗଷ୍ଟରେ ରିପୋର୍ଟ କରାଯାଇଥିଲା। ଏଥିରେ ଜଣେ ଚାରି ବର୍ଷର ଶିଶୁକୁ କାଶ ପାଇଁ କୋଲଡ୍ରିଫ୍ ଦେବା ପରେ ମୃତ୍ୟୁ ଘଟିଥିଲା। ସେହିପରି ୫ ସେପ୍ଟେମ୍ବର ଏକ ବର୍ଷର ଝିଅର ସମାନ କାରଣରୁ ମୃତ୍ୟୁ ହୋଇଥିଲା। ତା'ର ପରିସ୍ରା ବନ୍ଦ ହୋଇଯାଇଥିଲା ଏବଂ ତା'କିଡନୀ ଫେଲ୍‌ ହୋଇଯାଇଥିଲା।

୨୦୨୩ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କୋଲଡ୍ରିଫ ଶିଶୁମାନଙ୍କୁ ଦିଆଯିବା ଉଚିତ ନୁହେଁ ବୋଲି ଗାଇଡଲାଇନ ଜାରି କରିଥିଲେ। ଏହା ସତ୍ତ୍ୱେ ବି ଡାକ୍ତର ଔଷଧ ଦେଇଥିଲେ। ନିୟମର ଉଲ୍ଲଂଘନ ଓ କର୍ତ୍ତବ୍ୟରେ ଅବହେଳା ଯୋଗୁ କାର୍ଟ ତାଙ୍କ ଜାମିନ ଖାରଜ କରିଦେଇଛନ୍ତି। ତେବେ ଡା. ଶୋନୀଙ୍କ ଓକିଲ କିନ୍ତୁ ସପକ୍ଷରେ ଯୁକ୍ତ ରଖି କହିଥିଲେ ଯେ ତାଙ୍କ ମହକିଲ କୌଣସି ଉଦ୍ଦେଶ୍ୟ ଖରାପ ରଖି ଔଷଧ ଲେଖି ନଥିଲେ। ଔଷଧ ଦେବା ପଛରେ ତାଙ୍କ ଉଦ୍ଦେଶ୍ୟ ଭଲ ଥିଲା।