ବାଲିଯାତ୍ରା ୨୦୨୫
LIVE TV

ମଙ୍ଗଳବାର ଠାରୁ ନିଖୋଜ ଥିଲେ ‘ସୂର୍ଯ୍ୟ’, ଶ୍ରୀସେତୁ ନିକଟରୁ ମିଳିଲା ମୃତଦେହ

NEWS7
handwara-terrorist-encounter-pm-modi-rajnath-singh-condoles-army-jawans

ପୁରୀ ୧୩।୧୧ : ପୁରୀରେ ପୁଣି ମର୍ଡର । ଶ୍ରୀସେତୁ ନିକଟ ଜଳଭଣ୍ଡାର ଠାରେ ଏକ ହତ୍ୟାକାଣ୍ଡ ଘଟିଛି । ଜଣେ ନାବାଳକଙ୍କୁ ହତ୍ୟା କରି ଦୁର୍ବୃତ୍ତମାନେ ପାଣିରେ ଫିଙ୍ଗି ଦେଇଥିବାର ଅଭିଯୋଗ ହୋଇଛି । ମୃତ ନାବାଳକ ଟାଉନ ଥାନା ଅଞ୍ଚଳ ସୂର୍ଯ୍ୟ ସାହୁ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ଜଳଖିଆ ଆଣିବା ପାଇଁ ଯାଇଥିଲେ ସୂର୍ଯ୍ୟ । ତାପରଠାରୁ ସେ ନିଖୋଜ ହୋଇଯାଇଥିଲେ । ପରିବାର ବହୁ ଖୋଜାଖୋଜି ପରେ ସୂର୍ଯ୍ୟଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ପରିବାର ଲୋକ ଟାଉନ୍ ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ପୋଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହିକ୍ରମରେ ପୁରୀ ଶ୍ରୀସେତୁ ନିକଟରେ ଥିବା ଜଳଭଣ୍ଡାରରୁ ନାବାଳକଙ୍କ ମୃତଦେହ ମିଳିଛି । ନାବାଳକଙ୍କୁ କେହି ହତ୍ୟା କରି ଫିଙ୍ଗି ଥିବା ଅଭିଯୋଗ ହୋଇଛି । ତେବେ କିଏ ଓ କାହିଁକି ହତ୍ୟା କରିଛି । ସେନେଇ ଛାନ୍ଭିନ୍ ଜାରି ରଖିଛି ଟାଉନ୍ ଥାନା ପୋଲିସ । ସେହିପରି ଅନ୍ୟପଟେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନିକଟସ୍ଥ ହସ୍ପିଟାଲକୁ ପଠାଇଛି ।