ରେଲୱେକୁ ନୂଆ ଗତି ଦେବ ବନ୍ଦେ ଭାରତ ମେଟ୍ରୋ, ସାମନାକୁ ଆସିଲା ଟ୍ରେନର ପ୍ରଥମ ଝଲକ

Published By : Prameya-News7 Bureau | May 01, 2024 IST

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନ୍ ପରେ ଏବେ ଦେଶର ଅନେକ ବଡ଼ ବଡ଼ ସହରରେ ବନ୍ଦେ ଭାରତ ମେଟ୍ରୋ ଚଲାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ପ୍ରଥମ ଝଲକ ମଧ୍ୟ ସାମନାକୁ ଆସିଛି । ଏହି ମେଟ୍ରୋ ଟ୍ରେନର ଟ୍ରାଏଲ୍ ଚଳିତ ବର୍ଷ ଜୁଲାଇରୁ ଆରମ୍ଭ କରାଯିବ । ପଞ୍ଜାବର କପୁରଥଲାରେ ଏକ ରେଳ ବଗି ଫ୍ୟାକ୍ଟ୍ରିରେ ବନ୍ଦେ ଭାରତ ମେଟ୍ରୋର ପ୍ରଥମ କିଛି ବଗି ତିଆରି ସରିଛି ।

ରିପୋର୍ଟ ଅନୁସାରେ, ପ୍ରାରମ୍ଭରେ ଏପରି ୫୦ ଟ୍ରେନ୍ ନିର୍ମାଣ କରାଯିବ । ପରେ ଧୀରେ ଧୀରେ ଏହି ସଂଖ୍ୟାକୁ ବଢାଇ ୪୦୦ କରାଯିବ । ସୂତ୍ର ଅନୁସାରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍ ୧୦୦ରୁ ୨୫୦ କିଲୋମିଟର ମଧ୍ୟରେ ଚଲାଯାଇଛି । ଏଥିରେ ୧୨ଟି ବଗି ରହିବ, କିନ୍ତୁ ଏହାକୁ ୧୬ ବଗି ଯାଏ ବଢାଯାଇ ପାରିବ ।

ମୁମ୍ୱାଇ ଲୋକଲ୍ ଟ୍ରେନଗୁଡ଼ିକୁ ଆଗାମୀ ତିନିରୁ ଚାରି ବର୍ଷ ଭିତରେ ବନ୍ଦେ ଭାରତ ମେଟ୍ରୋ ଟ୍ରେନରେ ବଦଳାଯିବ । ଏଥିରେ ପ୍ରତିଦିନ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମେଟ୍ରୋ ପରି ଏସି ଏବଂ ସ୍ୱଚାଳିତ ଗେଟର ସୁରକ୍ଷିତ ସେବା ମିଳିବ । ଏହି ବନ୍ଦେ ମେଟ୍ରୋ ଟ୍ରେନ କିଛି ସେକେଣ୍ଡ ମଧ୍ୟରେ ହିଁ ସ୍ପିଡ୍ ଧରିବ । ସୂତ୍ରର କହିବା ଅନୁସାରେ ଭବିଷ୍ୟତରେ ଏହାକୁ ମୁମ୍ୱାଇ, କୋଲକାତା, ଚେନ୍ନାଇ ସହ ଅନ୍ୟ ମହାନଗର ବାହାରରେ ଚାଲିବାକୁ ଥିବା ଗାଡ଼ିକୁ ବନ୍ଦେ ଭାରତ ମେଟ୍ରୋରେ ପରିବର୍ତ୍ତନ କରାଯିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.