୧୭ କୋଟି ବ୍ୟୟରେ ନୂଆ ରାସ୍ତାର ହେଲା ଭିତ୍ତିପ୍ରସ୍ତର, ନାମ ରହିଲା ‘ଅଟଳ ମାର୍ଗ’

NEWS7
father-passes-away-on-the-way-to-hospital

ଭଦ୍ରକ ୩୧।୧୨ : ୧୭ କୋଟି ଅପର୍ତ୍ତିବନ୍ଧାରୁ ଶନିମନ୍ଦିର ରାସ୍ତାର ଭିତ୍ତିପ୍ରସ୍ତର । ନାମ ରହିଲା ଅଟଳ ମାର୍ଗ । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ଛକରୁ ଶନିମନ୍ଦିର ପର୍ଯ୍ୟନ୍ତ ରାସ୍ତାର ସଂପ୍ରସାରଣ ହୋଇଛି । ଯାହାକୁ ବିଜେପି ରାଜ୍ୟ ବିଜେପି ସଭାପତି ୧୭ କୋଟି ୫୪ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମନମୋହନ ସାମଲ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ଜବରଦଖଲ ଉଚ୍ଛେଦ ପରେ ଏବେ ଭଦ୍ରକ ସହରର ବାସ୍ତବ ବିକାଶ ଲୋକେ ଦେଖିବେ । ସହରବାସୀଙ୍କ ସମେତ ଆସୁଥିବା ଅତିଥି ବି ଅଟଳ ମାର୍ଗର ଚମକ ଦେଖିବେ । ସହରର ରୂପରେଖ ବଦଳିଯିବ। କେବଳ ଏହି ରାସ୍ତା ନୁହେଁ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥ,ଗ୍ରାମାଞ୍ଚଳ ପଥ ଆଦି ସଂଯୋଗୀକରଣର ସ୍ୱପ୍ନ ଦେଖି ତାହାକୁ କାର୍ଯ୍ୟରେ ରୂପାନ୍ତରିତ କରିଥିବା ଅଟଳ ବିହାରୀ ବାଜପେୟୀଙ୍କ ଇଚ୍ଛା ଆଜି ପୂରଣ ହେଉଛି । ଆଗକୁ ଭଦ୍ରକ ଜିଲ୍ଲା ସମେତ ରାଜ୍ୟରେ ଏଭଳି ଅନେକ ରାସ୍ତାର ନବକଳେବର ହେବ । ଉନ୍ନତ ସୁବିଧା ଉପଲବ୍ଧ ହେବ । ସେହିପରି ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ଏହି ଐତିହାସିକ ଜଗନ୍ନାଥ ସଡ଼କ ଏବେ ଅଟଳ ମାର୍ଗ ଭାବେ ପରିଚୟ ପାଇବା ଏକ ଗୌରବର ବିଷୟ ।