ଭଦ୍ରକରେ କଂଗ୍ରେସ ଆରମ୍ଭ କଲା ନୂଆ ରଣନୀତି : ଏକାଠି ହେଲେ ବରିଷ୍ଠ ନେତାଙ୍କ ସହ ନବାଗତ

Published By : Prameya-News7 Bureau | April 19, 2024 IST

ଭଦ୍ରକ ୧।୪: ଭଦ୍ରକରେ କଂଗ୍ରେସ ଆରମ୍ଭ କରିଛି ନୂଆ ରଣନୀତି । ସମସ୍ତ ପ୍ରାର୍ଥୀ ଏକାଠି ହୋଇ ନିଜ ନିଜ ଅଞ୍ଚଳର ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ଓ ଆଗାମୀ ନିର୍ବାଚନ ପାଇଁ ନିର୍ବାଚନୀ ମୁଦ୍ଦା ମଧ୍ୟ ସ୍ଥିର କରିଛନ୍ତି । ଦଳର ବରିଷ୍ଠ ନେତାମାନେ ନବାଗତଙ୍କୁ ନେଇ ମୈଦାନକୁ ଓହ୍ଲାଇଛନ୍ତି । ଏବେ ସମସ୍ତ ପ୍ରାର୍ଥୀ ନୂଆ ମୁଦ୍ଦା ପ୍ରସ୍ତୁତ କରିଛନ୍ତି । ତେବେ କଂଗ୍ରେସର ବରିଷ୍ଠ ନେତା ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କଂଗ୍ରେସ ଅମଳ ପରଠାରୁ ଭଦ୍ରକ ପ୍ରତି ଗୁରୁତ୍ୱ ଦିଆଯାଉନାହଁ । ଜିଲ୍ଲାରେ ବହୁତ କିଛି ଅଛି, କିନ୍ତୁ ଏତେ ଅବହେଳିତ କ’ଣ ପାଇଁ, ଏହାର ଉତ୍ତର ଭୋଟର ମାଗିବେ । ମୁଁ ମନ୍ତ୍ରୀ ଥିଲି ଭଦ୍ରକ ପାଇଁ ଜଳସେଚନ ଉପରେ ଗୁରୁତ୍ୱ ଦେଇଛି । 

ତେବେ ସାଂସଦ ପ୍ରାର୍ଥୀ ଅନନ୍ତ ସେଠୀ କହିଛନ୍ତି ଯେ, ମୁଁ ଯେବେ ଅନୁଭବ କଲି ଯେ ଭଦ୍ରକ ସମ୍ପୂର୍ଣ୍ଣ ଅବହେଳିତ, ସେଥି ପାଇଁ ମୁଁ ଲୋକସଭା ପ୍ରର୍ଥୀ ହୋଇଛି । ଏଥର ଶେଷ ନିର୍ବାଚନ ଲଢ଼ିବି । କିନ୍ତୁ ପରେ ରାଜନୀତିରେ ରହିବି । 

ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବାସୁଦେବପୁର ବିଧାୟକ ପାଠୀ ଅଶୋକ ଦାସ କହିଛନ୍ତି, ଆମେ ବହୁଥର ଜିଲ୍ଲା ସ୍ବାର୍ଥ ପାଇଁ ରାସ୍ତାକୁ ଓହ୍ଲାଇଛୁ । ଜିଲ୍ଲାରେ ବିଶ୍ୱବିଦ୍ୟାଳୟ ମାନ୍ୟତା, ମେଡିକାଲ କଲେଜ ପାଇଁ ଲଢେଇ କରିଛୁ, କିନ୍ତୁ ଫଳ ମିଳିନାହିଁ । ଏଥର ଆମେ ଆମ ଘର ସଜାଡ଼ିବୁ ଓ ଆମ ଲୋକଙ୍କ ପାଇଁ କାମ କରିବୁ । 

ସେହିଭଳି ପୂର୍ବତନ ବିଧାୟକ ଯୁଗୋଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ପଟ୍ଟନାୟକ ବିଜେଡି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ତେବେ ଅସିତଙ୍କୁ ଭଦ୍ରକ ବିଧାୟକ ପ୍ରାର୍ଥୀ କରିଛି । ଅସିତ କହିଛନ୍ତି ଯେ, କଂଗ୍ରେସ ଦଳ ସବୁଠି ଠିକ୍ ପ୍ରାର୍ଥୀ ଦେଇଛି । ଏମିତି ପ୍ରାର୍ଥୀ ନିର୍ବାଚନ ଲଢନ୍ତୁ ଯାହାଙ୍କ ନାଁରେ କୌଣସି ଦୁର୍ନୀତି ଅଭିଯୋଗ ନ ରହୁ । ବିଜେଡି କିନ୍ତୁ ଦୁର୍ନୀତିଗ୍ରସ୍ତଙ୍କୁ ପ୍ରାର୍ଥୀ କରିଛି । ଏଥର ଆମେ ଇଡି ଓ ମଦକୁ ମୁଦ୍ଦା କରିବୁ । ସ୍ୱାଭିମାନୀ ଭଦ୍ରକବାସୀ ଏଥର ନିଶ୍ଚିତ ଜବାବ ଦେବେ । 

ଧାମନଗର ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ନୂଆ ଚେହେରା ବାଛିଛି । ରଞ୍ଜନ ବେହେରାଙ୍କୁ ପ୍ରାର୍ଥୀ କରିବା ପରେ ରଞ୍ଜନ ବେହେରା ଦୁଇ ଦଳକୁ ଟାର୍ଗେଟ କରିଛନ୍ତି । ଧାମନଗର ପାଇଁ ଅନେକ କିଛି ଅସୁବିଧା ଅଛି । କଂଗ୍ରେସ ସମୟରେ ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ହସ୍ପିଟାଲ ଓ ସ୍କୁଲ କରିଛି । କଂଗ୍ରେସର ଗଡ଼ ଥିଲା ଧାମନଗର, ଆମେ ଏକାଠି ଅଛୁ । ଏବେ ଆମେ ସମସ୍ତ ପୁରୁଣା ଲୋକଙ୍କୁ ଏକଜୁଟ କରିଛୁ । ଆମେ ନିଶ୍ଚିତ ସଂଘର୍ଷ କରିବୁ । ଲୋକଙ୍କ ସେବା କରିବୁ, ଜିତିବା ହାରିବା କଥା ନାହଁ । 

ଏବେ ଫୁଲ ଜୋସ ରେ କଂଗ୍ରେସ । ବରିଷ୍ଠ ନେତୃତ୍ୱ ଙ୍କ ପରାମର୍ଶ ନେଇ ନବାଗତ ଆଗକୁ ନିର୍ବାଚନ ପାର କରିବା ପାଇଁ ଚେଷ୍ଟା କରୁଥିବା ବେଳେ ପୁରୁଖା ନେତା କିନ୍ତୁ ନିଜ ଅଭିଜ୍ଞତା ଆଧାର ରେ ଫର୍ମ କୁ ଫେରିବେ ବୋଲି ଆଶା କରିଛନ୍ତି । ଭଦ୍ରକ ରୁ କ୍ୟାମେରା ପର୍ଶନ ମଳୟ ମହାଳିକ ଙ୍କ ସହ ଅଜୟ ପଣ୍ଡା ଙ୍କ ରିପୋର୍ଟ ନ୍ୟୁଜ ସେଭେନ ।

You Can Read :

ଭିଜିଲାନ୍ସ ହାବୁଡରେ ହରଭଙ୍ଗା BEO ଅଫିସ୍‌ର ବରିଷ୍ଠ କିରାଣୀ, ଶିକ୍ଷକଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟଧାରା ରୋକିବାକୁ ନେଉଥିଲେ ୨୦ ହଜାର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.