ଆର୍ଶୀବାଦ ସମାବେଶ ନିରଞ୍ଜନଙ୍କ ଝଲକ, କହିଲେ- ଏମିତି କାମ କରିବି, ସମସ୍ତେ ମନେ ରଖିବେ

Published By : Prameya-News7 Bureau | May 01, 2024 IST

ଭଦ୍ରକ ୦୧।୦୫ : ନିର୍ବାଚନ ପୂର୍ବରୁ ଆଶୀର୍ବାଦ ସମାବେଶରେ ଝଲକ ଦେଖାଇଲେ ନିରଞ୍ଜନ ପଟ୍ଟନାୟକ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଅଧିନ ତୋଡଙ୍ଗା ଠାରେ ବିଶାଳ ଆଶୀର୍ବାଦ ସମାବେଶରେ ଯୋଗ ଦେଇଛନ୍ତି ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ। 

ଆଖୁଆପଦା ଠାରୁ କଂଗ୍ରେସ କର୍ମୀ ଓ ସମର୍ଥକ ମାନେ ନିରଞ୍ଜନ ପଟ୍ଟନାୟକଙ୍କୁ ବିଶାଳ ବାଇକ ଶୋଭଯାତ୍ରାରେ ଆଶୀର୍ବାଦ ସମାବେଶ ସ୍ଥଳକୁ ପାଛୋଟି ଆଣିଥିଲେ । ଏହି ସମାବେଶରେ ପ୍ରାୟ ୨୦ ହଜାରରୁ ଅଧିକ କଂଗ୍ରେସ ସମର୍ଥକ ଯୋଗ ଦେଇଥିଲେ । କଂଗ୍ରେସ ନେତା , ଜୟଦେବ ଜେନା , ସାଂସଦ ପ୍ରାର୍ଥୀ ଅନନ୍ତ ସେଠୀ , ବାସୁଦେବପୁର ବିଧାୟକ ପ୍ରାର୍ଥି ଅଶୋକ ଦାସଙ୍କ ସହ ବହୁ ରାଜ୍ୟସ୍ଥରୀୟ ଓ ଜିଲ୍ଲାର ନେତୃତ୍ୱ ମାନେ ଯୋଗ ଦେଇଛନ୍ତି । ଆପଣ ମାନେ ଆଶୀର୍ବାଦ ଦେଇଛନ୍ତି ବୋଲି ମୁଁ ଗର୍ବିତ । ନିର୍ବାଚନ ମୋ ପାଇଁ ନୂଆ ନୁହେଁ । କିନ୍ତୁ ମୁଁ ଆପଣଙ୍କ ପାଇଁ ଏମିତି କିଛି ଭଲ କାମ କରିବା ପାଇଁ ଚାହୁଁଛି । ଯାହା ପାଇଁ ମୋ ମଲା ପରେ ମୋତେ ମନେ ରଖିବେ ।  ସମ୍ବିଧାନ କ୍ଷୂର୍ଣ୍ଣ ପାଇଁ ଉଦ୍ୟମ ହେଉଛି । ଗାନ୍ଧୀଙ୍କ ହତ୍ୟାକାରୀଙ୍କ ନାଁରେ ମନ୍ଦିର ହେଉଛି । ଏହା ଭାରତ ପାଇଁ ଲଜ୍ଜାଜନକ। ରାଜ୍ୟ ମଧ୍ୟ ୨ ଲକ୍ଷ ନିଯୁକ୍ତି ପ୍ରତିଶୃତି ପୂରଣ କରିନାହାନ୍ତି । ଦାଦନଙ୍କ ସଂଖ୍ୟା ବଢିଛି । ଚାଷୀଙ୍କ ରୋଜଗାର କମିଛି । ଦେଶର ଗରିବ ରାଜ୍ୟ ଭାବେ ଆମେ ୨ୟ ।

 ବିଜେଡି- ବିଜେପି ଭାଇ ଭାଇ , ଆମକୁ ଲୋକଦେଖା ଭାବେ ଅଲଗା ଦଳ ବୋଲି କହୁଛନ୍ତି । ଏବେ ରାଜନୀତି ହେଉ ନାହିଁ । ଯିଏ ସକାଳୁ ବିଜେଡି, ସନ୍ଧ୍ୟାରେ ବିଜେପି ନହେଲେ କଂଗ୍ରେସକୁ ଆସୁଛନ୍ତି । କଂଗ୍ରେସ କରିଛି ଖାଦ୍ୟ ସୁରକ୍ଷା ଆଇନ । ୩ ଟଙ୍କା ରେ ଚାଉଳ ଦେଉଥିଲୁ । ନିର୍ଵାଚନ ବେଳେ ଯୋଜନା କରି ଭୋଟ ହାତଉଛନ୍ତି । ଯୋଜନା ନୂଆ ନୁହେଁ , କେବଳ ନାଁ ବଦଳାଯାଉଛି । ଏଥର ପରିବର୍ତ୍ତନ ଆବଶ୍ୟକ ।  ମୁଁ କଣ ପାଇଁ ଭଣ୍ଡାରିପୋଖରୀ ଆସିଛି । ମୁଁ ୧୯ ମସିହାରେ ମୋତେ ବାଧ୍ୟ କରିଛନ୍ତି ଅଞ୍ଚଳବାସୀ । ଭଲପାଇବା ମୋତେ ଭଣ୍ଡାରିପୋଖରୀକୁ ଆକର୍ଷିତ କରିଛି ଓ ଆସିବା ପାଇଁ ବାଧ୍ୟ କରିଛି । ଜାନକୀ ପଟ୍ଟନାୟକଙ୍କ ସମୟରେ ଧାମରା ବନ୍ଦରର ଭିତ୍ତି ପଡିଥିଲା । ଫେକର ମଧ୍ୟ କଂଗ୍ରେସ ସରକାର କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.