ଘରୋଇ କଳହକୁ କେନ୍ଦ୍ରକରି ହଣାକଟା : ପୁଅ ମୃତ, ବାପା ଗୁରୁତର

Published By : Prameya-News7 Bureau | May 01, 2024 IST

ଭଦ୍ରକ ୧।୫: ପାରିବାରିକ କଳହର କରୁଣ ପରିଣତି । ବାପା ଓ ପୁଅ ନିଜ ନିଜ ଭିତରେ ହଣାକଟା ହୋଇଛନ୍ତି । ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଭାବେ ଚିକିତ୍ସିତ ହେଉଛନ୍ତି । 

ଭଦ୍ରକ ଜିଲ୍ଲା ବନ୍ତ ଥାନା ଗୋବିନ୍ଦପୁର ପଞ୍ଚାୟତ ଅଧିନ ସୁନା ଗଢିଆ ଗାଁରେ ଏଭଳି ଅଘଟଣ ଘଟିଛି । 

ସୂଚନାଯୋଗ୍ୟ ଯେ, ସୁନାଗଢିଆ ଗାଁର ମାଧବ ବାରିକ ଓ ତାଙ୍କ ପୁଅ ଶଙ୍କର୍ଷଣ ବାରିକ କୌଣସି କଥାକୁ ନେଇ ଝଗଡା ଲାଗିଥିଲେ । ପରେ ଦୁହେଁ ଦୁହିଁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ପାଟି ଶୁଣି ଆସିବା ବେଳକୁ ପୁଅ ଶଙ୍କର୍ଷଣ ଓ ମାଧବଙ୍କୁ ରକ୍ତାକ୍ତ ଅବସ୍ଥାରେ ପାଇଥିଲେ । ଘଟଣାସ୍ଥଳରେ ପୁଅ ଶଙ୍କର୍ଷଣ ବାରିକଙ୍କର ମୃତ୍ୟୁ ହୋଇଥିବା ବେଳେ ମାଧବଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ପରେ କଟକ ସ୍ଥାନାନ୍ତରିତ କରାଯାଇଛି ।

You Can Read :

କାଉଡିଆ ନଦୀରେ ବୁଡି ଯୁବକ ନିଖୋଜ, ଦୀର୍ଘ ସମୟ ଧରି ଭିଡିଓ କଲ୍‌ରେ ହେଉଥିଲେ କଥା 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.