ବିଜେଡିର ବିଶାଳ କର୍ମୀ ସମ୍ମିଳନୀ, ହଜାର ହଜାର କର୍ମୀଙ୍କୁ ସମାବେଶ କଲା ଦଳ

Published By : Prameya-News7 Bureau | April 30, 2024 IST

ଭଦ୍ରକ ୩୦।୪: ବିଜେଡିର ବିଶାଳ କର୍ମୀ ସମ୍ମିଳନୀ । ହଜାର ହଜାର କର୍ମୀଙ୍କୁ ସମାବେଶ କରିଛି ବିଜେଡି । ଭଦ୍ରକ ନିର୍ବାଚନ ମଣ୍ଡଳୀ ରାହାଞ୍ଜ ଗ୍ରାମ ପଞ୍ଚାୟତ ଠାରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି କର୍ମୀ ସମ୍ମିଳନୀରେ  ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳ ଭଦ୍ରକ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ ଓ  ଅନ୍ୟାନ୍ୟ ବରିଷ୍ଠ ନେତୃମଣ୍ଡଳୀ ସାମିଲ ହୋଇଥିଲେ । ପ୍ରଫୁଲ୍ଲ ସାମଲ ନିଜ ବକ୍ତବ୍ୟରେ କହିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାରେ ସାମିଲ ହୋଇ ସଭିଏଁ ଗୋଟିଏ ଲକ୍ଷ୍ୟ ଗୋଟିଏ ସଂକଳ୍ପ ନେବାପାଇଁ । ଭଦ୍ରକ ଲୋକସଭା ଓ ବିଧାନସଭା କ୍ଷେତ୍ରର ସେବା ସହ ବିକାଶ ପାଇଁ କାର୍ଯ୍ୟ କରିବା । ବିଧାନସଭା କ୍ଷେତ୍ର ଉନ୍ନତିମୂଳକ କାର୍ଯ୍ୟ ପାଇଁ ସେ କାର୍ଯ୍ୟ କରିବେ ଓ ଲୋକସଭା କ୍ଷେତ୍ର ପାଇଁ ସାଂସଦ ମଞ୍ଜୁଲତା ମଣ୍ଡଳ ମଧ୍ୟ ଭଦ୍ରକବାସୀଙ୍କ ସହ ଅଛନ୍ତି । ତେଣୁ ଏଥର ସମସ୍ତଙ୍କୁ ବିଜେଡିକୁ ଭୋଟ୍ ଦେବା ପାଇଁ ନିବେଦନ କରିଛନ୍ତି ।

You Can Read :

ବାଲେଶ୍ବରରେ ଅଗ୍ନିବର୍ଷା ! ସାଢେ ୨ଟା ସୁଦ୍ଧା ୪୬ ଡିଗ୍ରୀ ଛୁଇଁଲା ତାତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.