ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳରେ ଲକ୍ଷ୍ମୀ ବସ୍ ଯୋଜନା ପାଣିଚିଆ, କାରଣ NH ୫୫ର ଅବସ୍ଥା ଭଲ ନାହିଁ : ସସ୍ମିତ ପାତ୍ର

Published By : Prameya-News7 Bureau | April 19, 2024 IST

ଭୁବନେଶ୍ବର ।୪: ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ସୁଗମ ହୋଇପାରୁନି ଲକ୍ଷ୍ମୀ ବସ୍ ଯୋଜନା । NH ୫୫ର ଅବସ୍ଥା ସାଜୁଛି ବାଧକ । ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି କହି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ବର୍ଷିଲେ ବିଜେଡି ସାଂସଦ ସସ୍ମିତ ପାତ୍ର । 

ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ରାଜ୍ୟରେ ଲକ୍ଷ୍ମୀ ଯୋଜନାରେ ୧୬୦୦ ବସ୍ ଚାଲିଛି । ଲକ୍ଷ୍ମୀ ଯୋଜନା ଭାରତ ବର୍ଷର ଏକମାତ୍ର ଯୋଜନା, ଯାହାକି ସବୁଠୁ ଭଲ ସଂଯୋଗୀକରଣ ଯୋଜନା । ରାଜ୍ୟର ଶହେ ପ୍ରତିଶତ ଜିଲ୍ଲା ସଂଯୋଗ ହୋଇଛି । ୧୨୨ଟି ଜଗନ୍ନାଥ ଏକ୍ସପ୍ରେସ୍ ଓ ଲକ୍ଷ୍ମୀ ଏକ୍ସପ୍ରେସ୍ ବି ଚାଲିଛି । ୬୨ ହଜାରରୁ ଅଧିକ ଶିକ୍ଷାନୁଷ୍ଠାନ ଯୋଡ଼ି ହୋଇପାରିଛନ୍ତି । ୩୨ ହଜାର ନୂଆ ନିଯୁକ୍ତି ସୃଷ୍ଟି ହୋଇଛି । ୯ ହଜାର ବସ୍ ସେଲ୍ଟର କରାଯାଇଛି । ମା’-ଭଉଣୀମାନେ କେବଳ ୫ ଟଙ୍କାରେ ଯାତାୟାତ କରୁଛନ୍ତି । 

କିନ୍ତୁ ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଯିବା ବେଳକୁ ଏ ଯୋଜନା ପାଣିଚିଆ ହେଇଯାଉଛି । କାରଣ NH ୫୫ର ଅବସ୍ଥା ଭଲ ନାହିଁ । ଭୟ ଲାଗି ରହୁଛି ଯେ, ଦୁର୍ଘଟଣା ହୋଇ ଯିବନି ତ ? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଫଳତା ପାଇଁ ଏହା ହେଉଛି । ୧୦ ବର୍ଷ ହେଲା କେନ୍ଦ୍ରମନ୍ତ୍ରୀ ଅଛନ୍ତି କିନ୍ତୁ NH ୫୫ ଅବସ୍ଥା ସୁଧୁରୁନି । ତାଙ୍କର ଉଦାସୀନତା ପାଇଁ ମା’-ଭଉଣୀ, ଦିବ୍ୟାଙ୍ଗମାନେ ହଇରାଣ ହେଉଛନ୍ତି । ମନେ ହେଉଛି ଧର୍ମେନ୍ଦ୍ର ପ୍ରଧାନ ଜାତୀୟ ରାଜପଥ ୫୫ ଦେଇ ଯିବା ଆସିବା କରୁନାହାନ୍ତି ବୋଧ ହୁଏ ।

You Can Read :

ଗେଷ୍ଟ ହାଉସରୁ ମିଳିଲା ଶିଳ୍ପପତିଙ୍କ ଗଳିତ ମୃତଦେହ, ମଙ୍ଗଳବାର କରିଥିଲେ ଚେକ୍‌ ଇନ୍

 

  • odisha
  • OdishaNews
  • BJD
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.