ବିଜେଡିର ମିଶ୍ରଣ ପର୍ବ : ଅନ୍ୟ ଦଳ ଛାଡି ବିଜେଡିରେ ମିଶିଲେ ୨୦ରୁ ଉର୍ଦ୍ଧ୍ବ

Published By : Prameya-News7 Bureau | May 01, 2024 IST

ବିନିକା ୧।୫: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି l ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେଡ଼ିର ବଳ ସେତିକି ବୃଦ୍ଧି ପାଉଛି l ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଟିକୁ ହୋତା, ଶିଙ୍ଘିଯୋବା ଆଦିବାସୀ ସଂଗଠନ ସଭାପତି ତଥା ପୂର୍ବତନ ସରପଞ୍ଚ ମିତ୍ରଭାନୁ ଭୋଇଙ୍କ ସହ ସିଲାଟି ଗ୍ରାମର ୨୦ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଜେଡ଼ିରେ ଯୋଗ ଦେଇଥିଲେ l ସମସ୍ତଙ୍କୁ ବୀରମହାରାଜପୁର ବିଜେଡ଼ି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା ଦଳୀୟ ଉତ୍ତରୀୟ ଦେଇ ସ୍ଵାଗତ କରିଥିଲେ l ଅନ୍ୟ ଦଳ ଛାଡ଼ି ଦିନକୁ ଦିନ ବିଜେଡ଼ି ମୁହାଁ ହେଉଛନ୍ତି କର୍ମୀ ତେଣୁ ବିଜେଡ଼ି ବଳ ବଢିବା ସହ ଚଳିତ ନିର୍ବାଚନରେ ବହୁମାତ୍ରାରେ ବିଜୟ ହାସଲ କରିବୁ ବୋଲି ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା କହିଛନ୍ତି l

You Can Read :

ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନର ଜରୁରୀ ଅବତରଣ, କୁଆପଥର ମାଡ଼ରେ ଭାଙ୍ଗିଲା ୱିଣ୍ଡସିଲ୍‌

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.