ବିଜେଡିରେ ମିଶିଲେ ବିଜେପିର ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ, ବିଜୁ ବାବୁଙ୍କ ଅନୁଗତ ଥିଲେ

Published By : Prameya-News7 Bureau | April 19, 2024 IST

ଭୁବନେଶ୍ବର ।୪: ବିଜେଡିରେ ମିଶିଲେ ବିଜେପିର ବରିଷ୍ଠ ନେତା ବିଜୟ କେତନ ସ୍ୱାଇଁ । ଶଙ୍ଖ ଭବନରେ ଆୟୋଜିତ ବିଜେଡିର ମିଶ୍ରଣ ପର୍ବରେ ସେ ସାମିଲ ହୋଇଛନ୍ତି । ଶତାଧିକ ବିଜେପି କର୍ମୀଙ୍କ ସହ କେନ୍ଦ୍ରାପଡା, ରାଜନଗର, ପଟ୍ଟାମୁଣ୍ଡାଇର ବରିଷ୍ଠ ନେତା ବିଜେଡିରେ ସାମିଲ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାର ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ଶଙ୍ଖ ଭାବନରେ ବିଜେଡିରେ ମିଶିଛନ୍ତି । ଦଶ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଛାତ୍ର ଜୀବନରୁ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ବିଜୟ କେତନ । ବିଜୁ ବାବୁଙ୍କ ଅନୁଗତ ଥିଲେ ବିଜୟ । ବିଜୟ କେତନ ଜନତା ଦଳରେ ଅବିଭକ୍ତ କଟକର ସମ୍ପାଦକ ଥିଲେ । କେନ୍ଦ୍ରାପଡା ଜିଲ୍ଲାର ଜନତା ଦଳରୁ ପ୍ରଥମ ସଭାପତି ଥିଲେ । ୧୯୯୮ରୁ ୨୦୦୦ରେ ବିଜୁ ଜନତା ଦଳରେ ଥିଲେ ।

You Can Read :

ସମ୍ବଲପୁର, ଅନୁଗୁଳ ଓ ଢେଙ୍କାନାଳରେ ଲକ୍ଷ୍ମୀ ବସ୍ ଯୋଜନା ପାଣିଚିଆ, କାରଣ NH ୫୫ର ଅବସ୍ଥା ଭଲ ନାହିଁ : ସସ୍ମିତ ପାତ୍ର


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.