ମାଆ କେବେ ବିବାହ କରିବ ? ପୁଅ ଅରହାନର ପ୍ରଶ୍ନରେ ମଲାଇକା କହିଲେ- ତମେ ଜାଣିଛ ମୁଁ….

Published By : Prameya-News7 Bureau | April 17, 2024 IST

ମୁମ୍ଵାଇ ୧୭।୦୪: ମଲାଇକା ଆରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ। 'ଡମ୍ପ ବିରିୟାନି' ନାମକ ପୋଡକାଷ୍ଟ ସହିତ ମନୋରଞ୍ଜନ ଜଗତରେ ପ୍ରବେଶ କରିଛନ୍ତି। ଅରବାଜ ଖାନ ଏବଂ ସୋହେଲ ଖାନ ଅରହାନଙ୍କ ସୋ’ରେ ନଜର ଆସି ସାରିଛନ୍ତି। ବର୍ତ୍ତମାନ ମଲାଇକା ତାଙ୍କ ପୁଅର ପୋଡକାଷ୍ଟରେ ଅତିଥି ଭାବରେ ଯୋଗଦେବେ। ଯେଉଁଠାରେ ସେ ରୋମାଞ୍ଚକର ବିଷୟ ଉପରେ ଆଲୋଚନା କରିବେ । ନିକଟରେ ଏହି ଏପିସୋଡର ଟିଜର ମଧ୍ୟ ରିଲିଜ ହୋଇଛି। ଯେଉଁଥିରେ ମଲାଇକା ତାଙ୍କ ପୁଅ ଅରହାନଙ୍କ ସ୍ପାଇସି ପ୍ରଶ୍ନର ଉତ୍ତର ଦେଉଥିବାର ଦେଖାଯାଇଥିଲା।

ମଲାଇକା ଆରୋରା କେବେ କରିବେ ବିବାହ?

ବୋଡକାଷ୍ଟର ଅଫିସିଆଲ୍ ଇନଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ ହୋଇଥିବା ଏକ ଟିଜରରେ ଅରହାନ ତାଙ୍କ ମା ମଲାଇକାଙ୍କୁ ପଚାରିଛନ୍ତି, ଆପଣ ଜଣେ ସୋସିଆଲ କଲମ୍ଵର କି ? ମଲାଇକା ତୁରନ୍ତ ଏହାକୁ ଅସ୍ୱୀକାର କରି କୁହନ୍ତି, ନା ‘ ମୁଁ ନୁହେଁ।, ଅରହାନ ତାଙ୍କ ମା ମଲାଇକାଙ୍କୁ ପଚାରିଥିଲେ, ଆପଣ କେବେ ବିବାହ କରିବେ? ଏହା ଉପରେ ମଲାଇକା କୁହନ୍ତି, ତୁମେ ଭାବ କେବେ…ମୁ କହିବିନି.. କାରଣ ମୁଁ ବହୁତ ସ୍ପାଇସି ।



ମଲାଇକା ଆରୋରା ଖୋଲାଖୋଲି ଭାବେ ଅରହାନଙ୍କୁ ତାଙ୍କର ପ୍ରଥମ ଅନ୍ତରଙ୍ଗ ଅନୁଭୂତି ବିଷୟରେ ପଚାରିଥିଲେ ତୁମେ କେବେ ତୁମର ଭର୍ଜନିଟି ହରାଇଲ? ଅଭିନେତ୍ରୀଙ୍କ ପ୍ରଶ୍ନ ଶୁଣିବା ପରେ ଅରହାନ୍ କିଛି କହିନଥିଲେ। ସେ ଆଶ୍ଚର୍ଯ୍ୟ ହୋଇ "ୱାହଃ" କୁହନ୍ତି । କହିବାକୁ ଗଲେ ଯେ ଅରହାନଙ୍କ ଶୋ’ର ଶେଷ ଏପିସୋଡରେ ଅଭିନେତା ଅରବାଜ ଏବଂ ସୋହେଲ ସଲମାନ ଖାନଙ୍କ ସହ ବିଷୟରେ କଥା ହୋଇଥିଲେ। ଅରବାଜ୍ କହିଥଲେ ଯେ ଏହି ତିନିଜଣ ଅତି ନିକଟତର । ଏହା ଉପରେ ସୋହେଲ ଥଟ୍ଟା କରି କହିଥିଲେ ଯେ ସେମାନେ ପ୍ରକୃତରେ ୩ ଭଉଣୀ । ଅରହାନ୍ ଥଟ୍ଟା କରି କହିଛନ୍ତି, ଭାଇ ନୁହେଁ, ଭଉଣୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.