ପ୍ରତିଦିନ ଲିପଷ୍ଟିକ୍ ଲଗାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ !

Published By : Prameya-News7 Bureau | April 21, 2024 IST

ନୂଆଦିଲ୍ଲୀ ୨୧।୦୪: ଲିପଷ୍ଟିକ୍ । ପ୍ରାୟ ସବୁ ମହିଳାଙ୍କ ପସନ୍ଦ । ଘରୁ ବାହାରକୁ ଯାଆନ୍ତୁ କିମ୍ବା ଘରେ ରୁହନ୍ତୁ ଦୈନନ୍ଦିନ ଜୀବନରେ ସବୁ ମହିଳା ଲିପଷ୍ଟିକ୍ ଲଗାନ୍ତି । କିନ୍ତୁ ଜାଣନ୍ତି କି ଶରୀର ପାଇଁ କେତେ କ୍ଷତିକାରକ ଲିପଷ୍ଟିକ । ଏଥିରେ ଥିବା କେମିକାଲ୍ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । 

ପ୍ରତିଦିନ ଲିପଷ୍ଟିକ୍ ଲଗାଇବା ଦ୍ୱାରା ଓଠର ପ୍ରାକୃତିକ ରଙ୍ଗ ନଷ୍ଟ ହୋଇଯାଏ ଏବଂ ଚର୍ମରେ ଆଲର୍ଜି ମଧ୍ୟ ହୋଇପାରେ । ଲିପଷ୍ଟିକରେ ଅନେକ କେମିକାଲ୍‌  ମିଶା ଯାଏ । ଯେଉଁ କାରଣରୁ ଶରୀରରେ ବିଷାକ୍ତ ପଦାର୍ଥ ଉତ୍ପନ୍ନ ହୋଇପାରେ ଏବଂ ଅନେକ ସ୍ୱାସ୍ଥ୍ୟ ସମସ୍ୟା ହେବାର ଆଶଙ୍କା ବଢିଯାଏ । 

ଅଧ୍ୟୟନ ଅନୁଯାୟୀ ଲିପଷ୍ଟିକରେ ଥିବା କାଚ ମସ୍ତିଷ୍କକୁ କ୍ଷତି ପହଞ୍ଚାଇପାରେ  । ଏପରିକି ଏହା ଚିନ୍ତା କରିବାର ଶକ୍ତି ଉପରେ ପ୍ରଭାବ ପକାଇପାରେ । ଖାଇବା, ପିଇବା, କଥାବାର୍ତ୍ତା କରିବା ଦ୍ବାରା ଲିପଷ୍ଟିକର କିଛି ଅଂଶ ଶରୀରରେ ପ୍ରବେଶ କରେ । ପ୍ରତିଦିନ ଏପରି ହେବା ଦ୍ବାରା ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ । 

ଲିପଷ୍ଟିକ୍ସରେ ପ୍ରିଜଭେଟିବ୍‌ ବ୍ୟବହାର କରାଯାଏ । କେତେକରେ କାଚ ମଧ୍ୟ ରହିଥାଏ। ଯାହା କର୍କଟ ରୋଗର ଆଶଙ୍କା ବଢାଇଥାଏ ।  ଯଦି ବାହାରକୁ ଯାଉନାହାନ୍ତି ତେବେ ଲିପଷ୍ଟିକ୍ ଠାରୁ ଦୂରେଇ ରହିବା ଉଚିତ୍‌ । ନଚେତ ପ୍ରାକୃତିକ ଉପାଦାନରେ ତିଆରି ଲିପ୍‌ବାମ୍‌ ଲଗାଇପାରିବେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.