ମନି ଲଣ୍ଡରିଂ ମାମଲା ଫଶିଲେ ଏଲଭିଶ୍, ୟୁଟ୍ୟୁବରଙ୍କ ବିରୋଧରେ EDର ମାମଲା ରୁଜୁ

Published By : Prameya-News7 Bureau | May 04, 2024 IST

ମୁମ୍ଵାଇ ୦୪।୦୫: ବିଗ୍ ବସ୍ OTT 2 ବିଜେତା ତଥା ପ୍ରସିଦ୍ଧ YouTuber ଏଲଭିଶ୍‌ ଯାଦବ । ସେ ପ୍ରାୟତଃ କିଛି ନା କିଛି ଖବର ପାଇଁ ଚର୍ଚ୍ଚାରେ ରୁହନ୍ତି । ନିକଟରେ ସାପ ବିଷ ମାମଲାରେ ଏଲଭିଶ ଯାଦବ ସମ୍ପୃକ୍ତ ଥିଲେ। ଏହି ମାମଲାରେ ୟୁଟ୍ୟୁବର୍ ମଧ୍ୟ କିଛି ଦିନ ଜେଲ ଯାଇଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ଆଉ ଏକ ନୂଆ ମୋଡ଼ ଆସିଛି । ଅଭିନେତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି। ଏବେ ଏହି ଘଟଣାର ତଦନ୍ତ ଚାଲିଛି । 

ସାପ ବିଷ କିଣିବା ଏବଂ ବିକ୍ରୟ ମାମଲାରେ ଇଡି ଏଲଭିଶ ଯାଦବଙ୍କ ବିରୋଧରେ ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଏକ ମାମଲା ରୁଜୁ କରିଛି। ବର୍ତ୍ତମାନ ଲକ୍ଷ୍ନୌର ଜୋନାଲ କାର୍ଯ୍ୟାଳୟରେ ଏହି ଘଟଣାର ଅନୁସନ୍ଧାନ କରାଯାଉଛି। ୟୁଟ୍ୟୁବର୍ ମାଲିକାନାରେ ଥିବା ଦାମୀ କାର ଗୁଡିକର ଇଡି ଅନୁସନ୍ଧାନ କରୁଛି। କୁହାଯାଉଛି କି ଖୁବ୍‌ ଶୀଘ୍ର ଏହି ସମସ୍ତ ମାମଲାରେ ଏଲଭିଶଙ୍କୁ ଡକାଯିବ ।

ମାର୍ଚ୍ଚ ୧୭ରେ, ୟୁଟ୍ୟୁବର୍ ନୋଏଡା ପୋଲିସ ଦ୍ୱାରା ସାପ ବିଷ ମାମଲାରେ ଗିରଫ ହୋଇଥିଲେ। ୧୪ ଦିନ ପାଇଁ ନ୍ୟାୟିକ ହେପାଜତରେ ରହିବା ପରେ ତାଙ୍କ ଜାମିନ ମିଳିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ଏଲଭିଶ କୌଣସି ପ୍ରକାରର ସରକାରୀ ବିବୃତ୍ତି ଦେଇନାହାଁନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.