ଘରଭଡ଼ାକୁ କେନ୍ଦ୍ର କରି ଅଷ୍ଟ୍ରେଲିଆରେ ଭାରତୀୟ ଛାତ୍ରଙ୍କୁ ହତ୍ୟା, ମୃତଦେହକୁ ଆଣିବା ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

Published By : Prameya-News7 Bureau | May 06, 2024 IST

HT

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ମେଲବୋର୍ଣ୍ଣରେ ଜଣେ ଭାରତୀୟ M.Tech ଛାତ୍ରଙ୍କୁ ହତ୍ୟା। ଛାତ୍ରମାନଙ୍କ ମଧ୍ୟରେ ଝଗଡା ବେଳେ ତାଙ୍କୁ ଛୁରୀରେ ଭୁସି ହତ୍ୟା କରାଯାଇଛି। ଏଥିରେ ଅନ୍ୟ ଜଣେ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଛି। ଛାତ୍ରଙ୍କ ନାମ ନବଜିତ୍ ସନ୍ଧୁ, ଯିଏ ହରିୟାଣାର କର୍ନାଲ ନିବାସୀ। ତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ଦୁଇ ଭାରତୀୟ ବୋଲି ଜଣାପଡ଼ିଛି। 

ଛାତ୍ରଙ୍କ ମାମୁଁଙ୍କ କହିବା ଅନୁଯାୟୀ, ଭଡାକୁ ନେଇ କିଛି ଛାତ୍ରଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏହି ସମୟରେ ଯେତେବେଳେ ନବଜିତ ବିବାଦର ସମାଧାନ କରିବାକୁ ଯାଇଥିଲେ, ସେହି ସମୟରେ ତାଙ୍କୁ ଛୁରୀରେ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା।

ସେ ଆହୁରି କହିଛନ୍ତି ଯେ ନବଜିତ ତାଙ୍କ ସାଙ୍ଗଙ୍କ ସହ ତାଙ୍କ କାରରୁ କିଛି ଜିନିଷ ସଂଗ୍ରହ କରିବାକୁ ଯାଇଥିଲେ। ଯେତେବେଳେ ସେ ଘର ପାଖରେ ନିଜ ସାଙ୍ଗକୁ ଅପେକ୍ଷା କରିଥିଲେ, ସେତେବେଳେ ସେ ଘର ଭିତରୁ ଏକ ଶବ୍ଦ ଶୁଣିବାକୁ ପାଇଲେ। ଯେତେବେଳେ ନବଜିତ ଘରେ ପ୍ରବେଶ କରି ବିବାଦର ସମାଧାନ କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ତାଙ୍କ ତାଙ୍କୁ ଅତି ଆକ୍ରମଣ କରାଯାଇଥିଲା। 

ସେ କହିଛନ୍ତି ଯେ ରବିବାର ସକାଳେ ତାଙ୍କ ପରିବାର ସଦସ୍ୟଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ନବଜୀତ ଜୁଲାଇ ମାସରେ ଘରକୁ ଆସିବାର ଥିଲା। ନବଜିତଙ୍କ ମୃତଦେହକୁ ଭାରତ ଆଣିବାରେ ସାହାଯ୍ୟ କରିବାକୁ ସରକାର ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ପରିବାର ଲୋକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.