ଦାମୀ କାର୍‌ ନେଇଗଲେ ଚୋର, ଫେରାଇଦେଲେ ମା’ଙ୍କ ଚିତାଭସ୍ମ ଅସ୍ତି

Published By : Prameya-News7 Bureau | May 06, 2024 IST

ନୂଆଦିଲ୍ଲୀ ୦୬।୦୫: ଦାମୀ କାର୍‌ ନେଇଗଲେ ଚୋର । କିନ୍ତୁ ଫେରାଇଦେଲେ ମା’ଙ୍କ ଚିତାଭସ୍ମ ଅସ୍ତି । ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା, କିନ୍ତୁ ଏହା ସତ । ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଆମେରିକାର ଫ୍ଲୋରିଡାରେ । ଲାରି କାର୍ଟର ଜୁନିଅର ନାମକ ଜଣେ ବ୍ୟକ୍ତିଙ୍କର ବିଳାସପୂର୍ଣ୍ଣ କାର୍‌କୁ ଚୋର ନେଇଯାଇଥିଲେ ।  

ଏନେଇ ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଚୋର କାର୍‌ର ଗ୍ଲାସ୍‌ ଭାଙ୍ଗି କିଛି ଦୂରକୁ ଠେଲି ଠେଲି ନେବା ପରେ ଷ୍ଟାର୍ଟ କରି ପଳାଇଥିଲେ । ସେହି କାର୍‌ଟିରେ ତାଙ୍କ ଦିବଂଗତ ମା’ଲୋରେନା ଲିଓନାର୍ଡଙ୍କର ଚିତାଭସ୍ମ ରହିଥିଲେ । କିନ୍ତୁ ପରଦିନ ତାଙ୍କ ଘର ବାହାରେ ଥିବା ଚିଠିବାକ୍ସ ନିକଟରେ କିଛି ଝୁଲୁଥିବା ସେ ଦେଖିଲେ । ତାହା ତାଙ୍କ ମା’ଙ୍କ ଚିତାଭସ୍ମ ଥିଲା । 

ସେହି ସମୟରେ କାର୍ଟର ପ୍ରମାଣ ନଷ୍ଟ ନ କରିବା ଲାଗି ଅତ୍ୟନ୍ତ ସାବଧାନତାପୂର୍ବକ ଚିତାଭସ୍ମପୂର୍ଣ୍ଣ ବକ୍ସକୁ ନିଜର ସାର୍ଟ ଦ୍ୱାରା ଖୋଲିଥିଲେ । ଇତିମଧ୍ୟରେ ସ୍ଥାନୀୟ ପୁଲିସ ଅଧିକାରୀମାନେ ସିସିଟିଭି ଫୁଟେଜ୍‌ ଆଧାରରେ ଚଳିତ ସପ୍ତାହ ଆରମ୍ଭରେ ଆଖପାଖ ଅଞ୍ଚଳରେ ଯାଞ୍ଚ କରିଛନ୍ତି । 

ତେବେ ସ୍ଥାନୀୟ ପୁଲିସ ସିସିଟିଭି ଆଧାରରେ ଯାଞ୍ଚ କରୁଛନ୍ତି । କିନ୍ତୁ ଅଦ୍ୟାବଧି ଦୋଷୀ ଧରାପଡି଼ନାହାନ୍ତି । ଅନ୍ୟପଟେ କାର୍ଟର କାର୍‌ ଫେରିପାଇବା ଲାଗି ଆଶା ରଖିଛନ୍ତି । ସେ କହିଛନ୍ତି ଚୋରଙ୍କ କାର୍ଯ୍ୟ ନିଶ୍ଚିତ ଭାବେ ଭୁଲ୍‌ ଥିଲା । କିନ୍ତୁ ସେମାନେ ହୃଦୟବାନ୍‌ ହୋଇଥିବାରୁ ମା’ଙ୍କର ଚିତାଭସ୍ମ ଫେରାଇ ଦେଇଛନ୍ତି । ତେଣୁ ସେମାନେ ମୋର କାର୍‌ ଫେରାଇ ଦେଇପାରନ୍ତି ବୋଲି ମୁଁ ଆଶା କରୁଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.