LIVE TV

ବଙ୍ଗୋପସାଗରରେ ଲଘୁଚାପ, ଦଶହରାରେ ପ୍ରବଳ ବର୍ଷିବ ନେଇ ଆଶଙ୍କା

NEWS7
actor-sabyasachi-donate-550-pulse-oximeter-to-osmcl

ଭୁବନେଶ୍ୱର ୦୧୦।୧୦: ଗୋଟିଏ ଲଘୁଚାପ ଦୁର୍ବଳ ହେବା ପରେ ପରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ। ଏହାର ପ୍ରଭାବରେ ଭିଜିବ ଦଶହରା। ୨ ତାରିଖରେ ଅବପାତରେ ପରିଣତ ହୋଇପାରେ ଏବଂ ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଉପକୂଳ ଛୁଇଁ ପାରେ। ୩ ତାରିଖରେ ଏହା ଉପକୂଳ ଛୁଇଁବାକୁ ଥିବାରୁ ସେତେବେଳକୁ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଅନୁଭୂତ ହୋଇପାରେ। ପ୍ରବଳ ବର୍ଷା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜ୍ୟର ୨୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି। ଏହି ସମୟରେ ସାରା ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଏହାପରେ ୩ ତାରିଖକୁ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ତେଣୁ ପୁଣି ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।