ଡିପଫେକ୍ ଭିଡିଓକୁ ନେଇ ଆମିର ଖାନ୍‌ଙ୍କ ବୟାନ, କହିଲେ- କୌଣସି ଦଳ ସହ ନାହିଁ ରାଜନୈତିକ ସଂପର୍କ

Published By : Prameya-News7 Bureau | April 16, 2024 IST

ନୂଆଦିଲ୍ଲୀ: ନିକଟରେ ବଲିଉଡ ଅଭିନେତା ଆମିର ଖାନ୍‌ଙ୍କ ଏକ ଡିପଫେକ୍ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ମିଥ୍ୟା ପ୍ରଚାର କରାଯାଇଥିଲା ଯେ, ଅଭିନେତା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରୁଛନ୍ତି। ଯାହାକୁ ନେଇ ମାମଲା ଟିକେ ଚର୍ଚ୍ଚାକୁ ମଧ୍ୟ ଆସିଥିଲା।

ହେଲେ, ଲୋକସଭା ନିର୍ବାଚନ ୨୦୨୪ ମଧ୍ୟରେ ଏଭଳି ଭିଡିଓକୁ ଦେଖି ଆମିର ଖାନ୍‌ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଅଭିନେତାଙ୍କ ଟିମ୍‌ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ସହ ଏକ ବିବୃତ୍ତି ରଖି ସ୍ପଷ୍ଟ କରିଛନ୍ତି ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ମିଥ୍ୟା। ଏଥିରେ ଆମିର ଖାନ୍‌ଙ୍କ କୌଣସି ସଂପର୍କ ନାହିଁ। ମୁମ୍ବାଇ ପୋଲିସର ସାଇବର ସେଲରେ ଏଫଆଇଆର ମଧ୍ୟ ରୁଜୁ କରାଯାଇଥିବା କହିଛନ୍ତି।  

ଆମିର ଖାନଙ୍କ ପ୍ରବକ୍ତା ସ୍ପଷ୍ଟ କରିଛନ୍ତି ଯେ, ଏହା ମିଥ୍ୟା ଭିଡିଓ। ସେ କେବେ କୌଣସି ରାଜନୀତିକ ଦଳର ପ୍ରଚାର କରିନଥାନ୍ତି। ଏମିତିକି ନିଜ ୩୫ ବର୍ଷର କ୍ୟାରିୟରରେ ମଧ୍ୟ ସେ ଏମିତି କେବେବି କରିନାହାଁନ୍ତି। ସେ ସବୁବେଳେ ଜନତାଙ୍କୁ ଜାଗ୍ରତ କରିଛନ୍ତି। କିନ୍ତୁ କେବେବି କୌଣସି ନିର୍ଦ୍ଦିଷ୍ଟ ଦଳକୁ ନେଇ ପ୍ରଚାର ପ୍ରସାର କରିନାହାନ୍ତି।’’ 

ସୂଚନାଯୋଗ୍ୟ, ଗତ କିଛି ମାସ ତଳେ ବଲିଉଡରୁ ଆରମ୍ଭ କରି ସାଉଥ ଏବଂ ଭୋଜପୁରୀର ଅନେକ କଳାକାରଙ୍କ ଡିପଫେକ ଭିଡିଓ ଭାଇରାଲ ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.