୨୦୧୯ ନୟାଗଡ ଡବଲ ମର୍ଡର ମାମଲା,ଅଭିଯୁକ୍ତକୁ ଫାଶୀ ଦଣ୍ଡ ଶୁଣାଇଲେ ଓଡଗାଁ କୋର୍ଟ

Published By : Prameya-News7 Bureau | April 26, 2024 IST

ନୟାଗଡ ୨୬/୪: ନୟାଗଡ ଜିଲ୍ଲା ଓଡଗାଁ ସହରରେ ୨ ଜଣକୁ ପିଟିପିଟି ହତ୍ୟା ଓ ୪ ଜଣକୁ ଗୁରୁତର ଘଟଣା । ଅଭିଯୁକ୍ତ ନିରଞ୍ଜନକୁ ଫାଶି ଦଣ୍ଡାଦେଶ ଶୁଣାଇଲେ ଓଡଗାଁ ଅତିରିକ୍ତ ଜିଲ୍ଲା ଦୌରାଜଜ୍ । ୨୭ ଜଣ ସାକ୍ଷୀଙ୍କ ବୟାନ ଓ ପୋଲିସ ତଦନ୍ତକୁ ଆଧାର କରି ଓଡଗାଁ କୋର୍ଟ ଏହି ରାୟ ଦେଇଛନ୍ତି ।  ତେବେ ରାୟକୁ ଉପରକୋର୍ଟରେ ଚ୍ୟାଲେଞ କରାଯିବ ବୋଲି ଅଭିଯୁକ୍ତଙ୍କ ଓକିଲ କହିଛି ।

୨୦୧୯ ଜାନୁଆରୀ ୧୭ ତାରିଖରେ ଘଟିଥିଲା ବିଭତ୍ସ ହତ୍ୟାକାଣ୍ଡ । ଫାଶୀ ଦଣ୍ଡାଦେଶ ପାଇଥିବା ଅଭିଯୁକ୍ତ ଓଡଗାଁ ଥାନା କୁଶଢିପି ଗାଁର ନିରଞ୍ଜନ ମଲ୍ଲିକ । କୌଣସି କାରଣକୁ ନେଇ ୨୦୧୯ ମସିହା ଜାନୁୟାରୀ ୧୭ ତାରିଖ ରାତିରେ ନିରଞ୍ଜନ ଓଡଗାଁରେ ୨ଜଣଙ୍କୁ ହତ୍ୟା କରିଥିଲେ l ଏହି ଘଟଣାରେ୪ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ l ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ହେବା ମାମଲା ନୟାଗଡ଼ ଜିଲ୍ଲାରେ ପ୍ରଥମ ବୋଲି କୁହାଯାଉଛି l 



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.