ମୁଖ୍ୟସ୍ରୋତରେ ସାମିଲ ହେଲେ ୯ ମାଓବାଦୀ, ପୋଲିସ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ

Published By : Prameya-News7 Bureau | May 08, 2024 IST

ବୌଦ୍ଧ ୮।୫: ଆତ୍ମସମର୍ପଣ କଲେ ୯ ଜଣ ମାଓବାଦୀ । ୨ ଜଣ ମହିଳା ୭ ଜଣ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଆଇଜିଙ୍କ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ନେଇ ଆତ୍ମସମର୍ପଣ କରିଛନ୍ତି । ସମସ୍ତ ମାଓବାଦୀ KKBN ମାଓ ଡିଭିଜନର ହୋଇଥିବା ସୂଚନା ମିଳିଛି । 

ବିଗତ ୫ ବର୍ଷ ହେବ ଦୁହେଁ ସକ୍ରିୟ ଥିଲେ । ବିଗତ ୬ ମାସ ଧରି ବୌଦ୍ଧ କନ୍ଧମାଳ ଅଞ୍ଚଳରେ ସକ୍ରିୟ ଅଛି KKBN ମାଓ ଡ଼ିଭିଜନ । ବାରମ୍ବାର ପୋଲିସ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ବହୁ ମାଓ କ୍ୟାମ୍ପ ଧ୍ଵଂସ କରିବା ସହିତ ମାଓ ସାମଗ୍ରୀ ଜବତ କରିଥିଲା ପୋଲିସ । ଏ ନେଇ ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ପଙ୍କଜ ସୂଚନା ପ୍ରଦାନ କରିଛନ୍ତି ।

You Can Read :

ସାଂସଦ ଅନୁଭବଙ୍କ ବଢିଲା ଅଡ଼ୁଆ, ଖାରଜ ହେଲା ଡିସଚାର୍ଜ ପିଟିସନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.