ଆତ୍ମସମର୍ପଣ କଲେ କ୍ୟାଡର ମାଓବାଦୀ ସମୟ ମାଡକାମ

Published By : Prameya-News7 Bureau | May 07, 2024 IST

କନ୍ଧମାଳ ୭।୫: କେକେବିଏନ ମାଓବାଦୀ ସଙ୍ଗଠନର ଜଣେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ କହିଛନ୍ତି । ଏହି ମାଓବାଦୀ ଜଣକ ଛତିଶଗଡ ସୁକୁମା ଜିଲ୍ଲାର କିଷ୍ଟାରାମ ପଞ୍ଚାୟତ ମଙ୍ଗଳଗୁଡା ଗ୍ରାମର ସମୟ ମାଡକାମ ଓରଫ ନରେଶ ଓରଫ ପୁନିତ ବୋଲି ଦକ୍ଷିଣାଞ୍ଚଳ ଆଇଜି ପଙ୍କଜ କନ୍ଧମାଳ ଏସପିଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

ସମୟଙ୍କୁ ଯେତେବେଳେ ୧୦ବର୍ଷ ହୋଇଥିଲା, ସେ ଏହି ମାଓବାଦୀ ସଙ୍ଗଠନରେ ସାମିଲ ହୋଇଥିଲେ । ତାଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ମାଓବାଦୀମାନେ ସାଙ୍ଗରେ ନେଇ ଯାଇଥିଲେ । ସଙ୍ଗଠନରେ ପହଞ୍ଚିଲା ପରେ ସେଠାରେ  ସବୁ ଓଲଟା କାର୍ଯ୍ୟକଳାପ ଦେଖିବାକୁ ପାଇଥିଲେ । ସେଠାରେ ତାଙ୍କୁ ଅନେକ ସମୟରେ ନିର୍ଯାତନା ଦିଆଯାଉଥିଲା । ମହିଳା ମାଓବାଦୀମାନଙ୍କୁ ଯୌନ ଶୋଷଣ, ଭୟ ପ୍ରଦର୍ଶନ କରି ଚାନ୍ଦା ଆଦାୟ କରିବା ସହ ଯୁବତୀ ଯୁବକମାନଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସଙ୍ଗଠନରେ ସାମିଲ କରିବା ଇତ୍ୟାଦି କାର୍ଯ୍ୟ ଦେଖି ସମୟ ଅତିଷ୍ଠ ହୋଇ ପଡିଥିଲେ । ଏଥିରେ ସେ ବିତସ୍ଫୃହ ହୋଇ ସଙ୍ଗଠନ ଛାଡିବା ସହ ଘର ଲୋକଙ୍କ ପାଖରେ ରହିବି ଏବଂ ଚାଷବାସ କରିବି ବୋଲି କହିଛନ୍ତି ସମୟ । ତେବେ ସେ ଆତ୍ମସମର୍ପଣ କରିବା ପରେ ସରକାରଙ୍କ ସମସ୍ତ ଥଇଥାନ ନୀତି ଅନୁସାରେ ତାଙ୍କୁ ସବୁ ସୁବିଧା ଯୋଗାଇ ଦିଆଯିବ ବୋଲି ଆଇଜି ପଙ୍ଗଜ କହିଛନ୍ତି । ସେହିପରି ମାଓବାଦୀମାନେ ଗଂଜେଇ କାରବାରରେ ସାମିଲ ଅଛନ୍ତି । ସେମାନେ ଗଂଜେଇ ଚାଷ କରୁଥିବା ଏବଂ ବ୍ୟବସାୟ କରୁଥିବା ଲୋକଙ୍କ ପାଖରୁ ମୋଟା ଅଙ୍କର ଚାନ୍ଦା ନେଉଛନ୍ତି ବୋଲି ମଧ୍ୟ ସୂଚନା ଦେଇଛନ୍ତି । ଆଗକୁ ନିର୍ବାଚନ । ଚଳିତ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ହେବ । ଏଥିପାଇଁ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ହୋଇଛି । ମାଓବାଦୀ ଅଧ୍ୟୂଷିତ ଅଂଚଳରେ ପ୍ରାର୍ଥିମାନେ ପ୍ରଚାର କରିବାକୁ ଗଲେ ସେମାନଙ୍କ ସହ ଯୋଗାଯୋଗ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ ପାତ୍ର ପ୍ରକାଶ କରିଛନ୍ତି ।

You Can Read :

୧୦ ବଦଳରେ ୯ ପ୍ରସ୍ତାବକ ଦେଇଥିଲେ ପ୍ରାର୍ଥୀ, ଖାରଜ ହେଲା ନାମାଙ୍କନ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.