ଗ୍ରାହକ ବେଶରେ ବୁଲୁଛନ୍ତି ଲୁଟେରା ଦମ୍ପତି, ଖାଲି କରିଦେଉଛନ୍ତି କ୍ୟାସ କାଉଣ୍ଟର

Published By : Prameya-News7 Bureau | May 08, 2024 IST

ଭୁବନେଶ୍ୱର ୦୮।୦୫ :  ଭୁବନେଶ୍ବରରେ ମାତିଛନ୍ତି ଗ୍ରାହକ ବେଶରେ ଦମ୍ପତି ଲୁଟେରା। ଦିନକ ପୂର୍ବରୁ ଲୁଇସ୍ ରୋଡର ରେବା ଗର୍ମେଣ୍ଟରୁ ୧୦, ୯୦୦ଟଙ୍କା ଲୁଟ କରିଥିଲେ। ଏହି ଘଟଣାପରେ ସନ୍ଧ୍ୟା ପ୍ରାୟ ୫ଟା ବେଳେ କଳାରାହାଙ୍ଗ ଫେଶନ ଇନ୍‌ଷ୍ଟା ନାମକ ଶୋ ରୁମ୍ କୁ ଯାଇ କ୍ୟାସ କାଉଣ୍ଟରରୁ ଟଙ୍କା ନେବା ଉଦ୍ୟମ କରିଥିଲେ। ହେଲେ ଦୋକାନ କର୍ମଚାରୀ ଆସିବାରୁ ସଫଳ ହୋଇ ପାରିନଥିଲେ। 

ଗୋଟିଏ ଡ୍ରେସ୍, ମାସ୍କ ପିନ୍ଧି ବୁଲୁଛନ୍ତି ବଣ୍ଟି ବବ୍‌ଲି ଦମ୍ପତି। ଠିକ୍ ସେହିଭଳି ଏକ ସାଇକେଲ ମାର୍ଟକୁ ଯାଇ କ୍ୟାସ କାଉଣ୍ଟରରୁ ମହିଳା କ୍ୟାସ ନେଇଯାଉଛନ୍ତି। ଗୋଟିଏ ଦିନରେ ତିନୋଟି ଲୁଟ ଉଦ୍ୟମ। ଦୁଇଟିରେ ସଫଳ ହୋଇଛନ୍ତି। ଗୋଟିଏ ରେ ଟଙ୍କା ନେଇ ପାରିନାହାନ୍ତି। ଏହି ଘଟଣା ନେଇ ସସିଟିଭି ଫୁଟେଜ ଥିଲେ ମଧ୍ୟ ପୋଲିସ ଲୁଟେରା ଦମ୍ପତିଙ୍କ ଟେର ପାଉନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.