୩ ନକଲି ନିଟ୍ ପରୀକ୍ଷାର୍ଥୀ ଗିରଫ, ଆଧାର ଫିଙ୍ଗର ପ୍ରିଣ୍ଟରୁ ଧରାପଡିଲେ

Published By : Prameya-News7 Bureau | May 07, 2024 IST

ଭଦ୍ରକ ୭।୫: ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ରେ ଜାଲିଆତି କରି ୩ ଗିରଫ । ଜଣେ ପରୀକ୍ଷାର୍ଥୀ ପାଇଁ ଅନ୍ୟ ଜଣେ ଦେଉଥିଲେ ପରୀକ୍ଷା । ଏମିତି ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । 

ସୂଚନାଯୋଗ୍ୟ ଯେ, ଭଦ୍ରକ ସହରର ଏକ ଘରୋଇ ସ୍କୁଲରେ ନିଟ୍ ପରୀକ୍ଷା ହେଉଥିବା ବେଳେ ନକଲି ପରୀକ୍ଷାର୍ଥୀଙ୍କୁ ଧରିଛି ପୋଲିସ । ମେ’ ମାସ ୫ ତାରିଖରେ ନିଟ୍ ପରୀକ୍ଷା ବେଳେ ସନ୍ଦେହ ହେବାରୁ ସେଣ୍ଟର ତରଫରୁ ଆଡ଼ମିନିଷ୍ଟ୍ରେଟିଭ୍ ଅଫିସରଙ୍କୁ ଅବଗତ କରାଯାଇଥିଲା । ତେବେ ଆଡ଼ମିଟ୍ କାର୍ଡରେ ନକଲି ପରୀକ୍ଷାର୍ଥୀଙ୍କ ଫଟୋ ଥିଲା । କିନ୍ତୁ ଆଧାର କାର୍ଡ ଯାଞ୍ଚ ବେଳେ ଫିଙ୍ଗର ପ୍ରିଣ୍ଟ ମ୍ୟାଚ୍ କରିନଥିଲା । ପରେ ପୋଲିସ ତଦନ୍ତ କରିବା ବେଳେ ଜଣାପଡିଥିଲା ଯେ, ମୟୁରଭଞ୍ଜ ଅଞ୍ଚଳର ଶାଶ୍ୱତ ତ୍ରିପାଠୀ ନିଟ୍‌ ପରୀକ୍ଷା ଦେଇଥାନ୍ତେ । କିନ୍ତୁ ଅନ୍ୟ ଜଣେ ପରୀକ୍ଷାର୍ଥୀ ପାଇଁ ପ୍ରଥମେ ଆଦିତ୍ୟ କୁମାରଙ୍କ ସହ ଯୋଗାଯୋଗ କରିଥିଲେ, ପରେ ରାଜେଶ କୁମାର ମଧୁକର ମାଧ୍ୟମରେ ନକଲି ପରୀକ୍ଷାର୍ଥୀ ଭାବେ କଲିକତା ମେଡିକାଲ କଲେଜର ତୃତୀୟ ବର୍ଷ ଛାତ୍ର ଅଙ୍କିତ ରାଜକୁ ଯୋଗାଯୋଗ କରିଥିଲେ । ଗରିବ ଶ୍ରେଣୀର ଛାତ୍ର ହୋଇଥିବାରୁ ମାତ୍ର ୧୦ ଲକ୍ଷ ଟଙ୍କାରେ ପରୀକ୍ଷା ପାଇଁ ଡିଲ୍ ହୋଇଥିଲା । ତେବେ ଯାଞ୍ଚ ବେଳେ ପୋଲିସ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୩ ଜଣ ଫେରାର ଅଛନ୍ତି । ଗିରଫଙ୍କ ମଧ୍ୟରେ ବିହାର ଅଞ୍ଚଳର ଅଙ୍କିତ ରାଜ, ମଧ୍ୟସ୍ଥି ବିହାରର ରାଜେଶ ମଧୁକର ଓ ବିହାରର ପ୍ରେମ ଶଙ୍କର ପାଣ୍ଡେ ଗିରଫ ହୋଇଛନ୍ତି । ୧୦ ଲକ୍ଷ ଟଙ୍କା ନେବା ନେଇ ବ୍ୟାଙ୍କରେ ତଦନ୍ତ ଆରମ୍ଭ ହୋଇଛି । ଅଧିକ ତଦନ୍ତ ପାଇଁ ପୋଲିସ ସବିଶେଷ ତଥ୍ୟ ପ୍ରଦାନ କରିନାହିଁ ।

You Can Read :

ନିର୍ବାଚନ ଯେତିକି ପାଖେଇ ଆସୁଛି ରୋଚକ ହେଉଛି ଦଳଡିଆଁ : ଆଠଗଡ ବିଜେଡିରେ ସାମିଲ ୨ ଶହରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.