ଭୂତ ପାଇଁ ଗାଁରେ ପଡୁଥିଲା ତାଟି କବାଟ, ଭୟ ଦୂର ପାଇଁ ପ୍ରଶାସନ କଲା ଏଭଳି କାମ !

NEWS7
18-58-percent-polling-recorded-till-11am-in-odisha

ରାୟଗଡ଼ା: ଗାଁରେ ବୁଲୁଥିଲା ଭୂତ ! ରାତି ହେବା ମାତ୍ରେ ପଡୁଥିଲା ତାଟି କବାଟ। କୁଆଡେ ୫ ଜଣ ମଲେଣି। ରାୟଗଡା ସଦର ମାରିଗୁଡା ଗାଁରେ ଘଟୁଥିବା ଏହି ଅଘଟଣ ବିଶ୍ୱାସ ନା ଅନ୍ଧବିଶ୍ୱାସ। ଏନେଇ ନ୍ୟୁଜ ସେଭେନରେ ଖବର ପ୍ରସାରଣ ପରେ ଆଲର୍ଟ ହୋଇଥିଲା ପ୍ରଶାସନ।

ଭୂତକୁ ନେଇ ଗୁଜବ ଖବର ପ୍ରସାରଣ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ଲକ ପ୍ରଶାସନ ମାରିଗୁଡା ଗାଁରେ ପହଞ୍ଚିଛି। ରାୟଗଡା ସଦର ବିଡିଓ ସୁଜିତ୍ ମିଶ୍ର ଗାଁ ଲୋକ ମାନଙ୍କୁ ସାକ୍ଷାତ କରିବା ସହ ସଚେତନ କରିଥିଲେ। ସେହିପରି ୫ଜଣ ମୃତ ପରିବାରକୁ ସାକ୍ଷାତ କରି ସେମାନଙ୍କ ବୟାନ ନେଇଥିଲେ।

also-ଏଭଳି ପ୍ରେମକୁ ଧିକ୍ ! ପ୍ରେମିକାକୁ ଲଜ୍‌କୁ ଡାକିଲା ପ୍ରେମିକ, ଆଉ ତାପରେ...

ଗତ  ମାସେ ହେଲାଣି ଏହି ଗାଁରେ ଭୂତପ୍ରେତକୁ ନେଇ କୋକୁଆ ଭୟ ସୃଷ୍ଟି ହୋଇଛି। ଗାଁରେ ଭୂତ ପ୍ରେତର ପ୍ରଭାବ ଦେଖିବାକୁ ମିଳୁଥିବା ଗ୍ରାମବାସୀ କହୁଥିବା ବେଳେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ୪୫ ପରିବାର। ଗାଁ ଲୋକଙ୍କୁ ବୁଝାସୁଝା କରିବା ସହ ଏହାର କିଭଳି ସ୍ଥାୟୀ ସମାଧାନ ହେବ ସେ ନେଇ ପ୍ରତିକାର କରାଯିବ ଵୋଲି ପ୍ରତିଶୃତି ଦେଇଛନ୍ତି ବିଡିଓ।

ଅସୁସ୍ଥ ହେଲେ ନିକଟସ୍ଥ ଚିକିତ୍ସା କେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରନ୍ତୁ ବୋଲି ସେ ପରାମର୍ଶ ଦେବା ସହ ଅତି ଶୀଘ୍ର ଏହି ଗାଁରୁ ଏହି ଅନ୍ଧବିଶ୍ବାସ ଜନିତ ଭୟ ଦୂର ହେବ ବୋଲି  ସେ କହିଛନ୍ତି।