LIVE TV

‘ନିର୍ବାଚନ ଦିନ ଘରୁ ବାହାରକୁ ଯିବାକୁ ଦିଅନି…’: ଭୋଟରଙ୍କୁ ଧମକାଇବା ଅଭିଯୋଗରେ କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ମାମଲା

NEWS7
ଅନାଥ-ଦେଖିଲେ-ଜଗନ୍ନାଥ

ନୂଆଦିଲ୍ଲୀ: ନିର୍ବାଚନ ରାଲିରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଅଡୁଆରେ ଜେଡିୟୁ ନେତା ତଥା କେନ୍ଦ୍ର ମନ୍ତ୍ରୀ ଲଲ୍ଲନ ସିଂହ। ଲଲ୍ଲନଙ୍କୁ ନୋଟିସ ଜାରି କରିଛନ୍ତି ନିର୍ବାଚନ କମିଶନପ୍ରଚାର ସମୟରେ ଧମକ ଦେବା ଅଭିଯୋଗର ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଥିରେ ଲଲ୍ଲନ ଧମକ ଦେଉଥିବାର ଦେଖିବାକୁ ମିଳିଥିଲା। ସତ୍ୟାସତ ଜଣାପଡ଼ିବା ପରେ ଏହି ଭିଡିଓକୁ ଆଟାଚ କରି ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ

ମୋକାମାରେ କେନ୍ଦ୍ର ମନ୍ତ୍ରୀ ଲଲ୍ଲନ ସିଂହଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବିରୋଧୀ ଦଳଗୁଡ଼ିକ ମୋକାମାରେ ତାଙ୍କ ଭାଷଣକୁ ଗଣତନ୍ତ୍ର ବିରୋଧୀ ଏବଂ ଗରିବ ବିରୋଧୀ ବୋଲି କହି ତୀବ୍ର ସମାଲୋଚନା କରିଛନ୍ତି।

ମୋକାମା ବିଧାନସଭା କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ଏହି ବିବାଦ ସୃଷ୍ଟି ହୋଇଥିଲା। ମୋକାମାରେ ନେତା ଅନନ୍ତ ସିଂହଙ୍କୁ ପ୍ରାର୍ଥୀ କରିଛି ଜେଡିୟୁଯାହାଙ୍କ ଗିରଫଦାରୀ ଯୋଗୁଁ ଲଲ୍ଲନ ସିଂହ ଏବଂ ଅନ୍ୟ ନେତାମାନେ ପ୍ରଚାର ଦାୟିତ୍ୱ ନେଇଛନ୍ତି।

ନିର୍ବାଚନ ଭାଷଣରେ ଲଲ୍ଲନ ସିଂହ କହିଥିଲେ ଯେ କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ନିର୍ବାଚନ ଦିନ ଘରୁ ବାହାରକୁ ଯିବାକୁ ଦିଆଯିବା ଉଚିତ୍ ନୁହେଁ। ଯଦି ସେମାନେ ବହୁତ ଅନୁରୋଧ କରନ୍ତି, ତେବେ ସେମାନଙ୍କୁ ସାଙ୍ଗରେ ନେଇଯାଅ ଏବଂ ଭୋଟ ଦେବା ପରେ ଘରକୁ ଫେରାଇ ଆଣ। ଏବେ ଦାୟିତ୍ୱ ନିଅ। ନିର୍ବାଚନ ପାଇଁ ଆଉ ସମୟ ବାକି ନାହିଁ। ଲଲ୍ଲନ ସିଂହଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ବିରୋଧୀ ତୀବ୍ର ବିରୋଧ କରିଥିଲେ

RJD କହିଛି କେନ୍ଦ୍ର ମନ୍ତ୍ରୀ ଲଲ୍ଲନ ସିଂହ ନିର୍ବାଚନ କମିଶନଙ୍କୁ ବୁଲଡୋଜର ଭାବୁଛନ୍ତି। ଭୋଟ୍ ଦିନ ଘରୁ ବାହାରକୁ ଯିବାକୁ ଦିଆଯିବା ଉଚିତ୍ ନୁହେଁ ଅର୍ଥ ଏହା ଗଣତନ୍ତ୍ର ହତ୍ୟା ଓ ଅସମ୍ମାନ​​​​​​​